ଗଞ୍ଜାମ,ଘର ଆଗରେ ରଖାଯାଇଥିବା ଏକ ବାଇକ୍ କୁ ଗତକାଲି ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ନେଟେଙ୍ଗା ଗ୍ରାମରେ ଘଟିଛି ଏହି ଘଟଣା ।
ନେଟେଙ୍ଗା ଗ୍ରାମର ବୁଲୁ ଲେଙ୍କା ସବୁ ଦିନ ପରି ଘର ପିଣ୍ଡାରେ ତାଙ୍କର ବାଇକ୍ ଟି ରଖିଥିଲେ । ହେଲେ ବିଳମ୍ବିତ ରାତ୍ରରେ କେହି ଦୁର୍ବୃତ ବାଇକ୍ ଟିକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଏଥି ସହିତ ନିକଟରେ ଥିବା ବାପି ଲେଙ୍କାଙ୍କ ବାଇକଟି ମଧ୍ୟ ସାମାନ୍ୟ ପୋଡି ଯାଇଛି । ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଂଚି ତଦନ୍ତ ଚଳାଇଛି । ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଆକ୍ରୋଶ ରଖି କେହି ଦୁର୍ବୃତ ଏଭଳି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି ।