
ବଲାଙ୍ଗିର, ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଲୋଇସିଂହା ବନ ପରିଚାଳନା ୟୁନିଟ ସହାୟତାରେ ବନ ସୁରକ୍ଷା ବବଜା ଓ ଦୂମଦୁମୀ ଗ୍ରାମରେ ଜିଲ୍ଲା ବନ ଅଧିକାରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି ବନ ସୁରକ୍ଷା ସମିତିକୁ ଆମ ଜଙ୍ଗଲ ଯୋଜନାରେ ସାହାଯ୍ୟ ପ୍ରଦାନ । ବନ ସୁରକ୍ଷା ବ୍ୟତୀତ ସଭ୍ୟ ମାନଙ୍କୁ ଅଧିକ ଆୟର ସୁଯୋଗ ପ୍ରଦାନ କରିବାକୁ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ପ୍ରବେଶ ବିନ୍ଦୁ କାର୍ଯ୍ୟକ୍ରମରେ ଯୁଗ୍ମ ବନ ପରିଚାଳନା ପ୍ରସ୍ତାବ ୨୦୧୧ ଅନୁସାରେ ଏହି ସହଯୋଗ କରାଯାଇଛି। ରେଞ୍ଜ ଅଧିକାରୀ ପାଉଳ ହରପଲ୍ ବନ ସୁରକ୍ଷା ସମିତି ସଭ୍ୟ ମାନଙ୍କୁ ବାସନ କୁସନ୍ ଟେଣ୍ଟ ଅନ୍ୟ ଆବଶ୍ୟକୀୟ ସରଞ୍ଜାମ ବିତରଣ କରିଥଲେ। ସୁନିଲ କୁମାର ମିଶ୍ର ଫରେଷ୍ଟର ସରଗାଡ, ଶ୍ରୀ ଥନ ସୁନ୍ଦର ଧରୁଆ ଫରେଷ୍ଟର ଲୋଇସିଂହା, ଫରେଷ୍ଟ ଗାର୍ଡ ରାଜକୁମାର ଭୁଏ, ମାନସୀ ସ୍ବାଇଁ, ଦନିଆଲ ସୁନା, ଅଶୋକ ତ୍ରିପାଠୀ, ସହଯୋଗୀ ଅଣ ସରକାରୀ ସଙ୍ଗଠନ ଦଳର ନେତା ଉପସ୍ଥିତ ରହି ବନ ସୁରକ୍ଷା ସମିତିକୁ ନୂତନ ବନ ସୃଷ୍ଟି, ଜୀବଜନ୍ତୁଙ୍କ ରକ୍ଷା, ନିଆଁ ଦାଉରୁ ବନକୁ ସୁରକ୍ଷିତ ରଖିବା ଓ ପରିବେଶ ସୁରକ୍ଷା ଦିଗରେ ସଚେତନ କରିଥଲେ।
ଗତକାଲି ଲୋଇସିଂହା ଅନ୍ତର୍ଗତ ତବଳବାଞ୍ଜି ଓ ତଳଯୁରୀ ଠାରେ ବନ ସୁରକ୍ଷା ସମିତି ମାନଙ୍କୁ ବାସନ କୁସନ ସରଞ୍ଜାମ ବଣ୍ଟନ କରଯାଇଥିଲା।