ଧର୍ମଶାଳା, ଆଜି ମଧ୍ୟାହ୍ନରେ ଏକ ଟ୍ରାକ୍ଟର ବେଆଇନଭାବେ ବାଲି ନେଇ ଯାଉଥିବା ସମୟରେ ନଦୀ ବନ୍ଧ ରାସ୍ତାରେ ଭାରସାମ୍ୟ ହରାଇ ଏକ ବାଇକକୁ ଧକ୍କା ଦେଇ ବନ୍ଧ ତଳକୁ ଖସି ପଡିଥିଲା । ଫଳରେ ୨ଜଣ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଟ୍ରାକ୍ଟରଟି ବନ୍ଧ ତଳକୁ ଯାଇ ଏକ ମନ୍ଦିର ଭିତରକୁ ପଶି ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଆଇନ ବାଲି ଚାଲାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।
ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ଏକ ଟ୍ରାକ୍ଟର ନମ୍ବର (ଓଡି୦୪ଏଚ୭୮୩୩) ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କୋତପୁର-କାଏମା କେଲୁଅ ନଦୀ ବନ୍ଧ ଗୋପନଗର ନିକଟରେ ବାଲି ଉତୋଳନ କରି ଆସୁଥିଲା । ଗୋପନଗର ନିକଟରେ ବନ୍ଧ ଉପରେ ଟ୍ରାକ୍ଟରଟି ବାଇକକୁ ଧକ୍କା ଦେଇ ନଦୀ ବନ୍ଧ ତଳକୁ ଖସି ପଡି ଏକ ମନ୍ଦିର ଭିରକୁ ପଣି ଯାଇଥିଲା । ସ୍ଥାନୀୟ ଲୋକେ ୨ ବାଇକ ଆରୋହୀଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଏହି ବେଆଇନ ବାଲି ଚାଲାଣକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ କିଛି ସମୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିବା ସହ ଏନେଇ ତଦନ୍ତ ଚଳାଇଛି ।