
-
ମହିଳାମାନଙ୍କର ସଶକ୍ତିକରଣ ପାଇଁ ଏକ ନୂତନ ଢାଞ୍ଚା ସୃଷ୍ଟି କରାଯାଉଛି
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ narendramodi.in ୱେବସାଇଟରେ ଉପଲବ୍ଧ ବିଭିନ୍ନ ପ୍ରବନ୍ଧର ସବିଶେଷ ତଥ୍ୟ ସେୟାର କରିଛନ୍ତି ଯେଉଁଥିରେ କି ନାରୀ ଶକ୍ତିଙ୍କ ସଶକ୍ତିକରଣ ଦିଗରେ ସରକାରଙ୍କ କାର୍ଯ୍ୟ ବିଷୟରେ ସୂଚନା ରହିଛି ।
ମହିଳା କଲ୍ୟାଣ ତଥା ସଶକ୍ତିକରଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ବିଷୟରେ ସୂଚନା ପାଇଁ ଶ୍ରୀ ମୋଦୀ ମାଇଗଭର ଏକ ଟୁଇଟ୍ର ସୂତ୍ର ମଧ୍ୟ ସେୟାର କରିଛନ୍ତି
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି
“ମହିଳାମାନଙ୍କର ଅଧିକ ସଶକ୍ତିକରଣ ପାଇଁ କିପରି ଏକ ନୂତନ ଢାଞ୍ଚା ସୃଷ୍ଟି ହେଉଛି ସେ ସମ୍ବନ୍ଧରେ ଆପଣ ଏହି ପ୍ରବନ୍ଧଗୁଡିକ ପଢି ଉପଭୋଗ କରିବେ । ଏହି ପ୍ରୟାସ ବିଭିନ୍ନ କ୍ଷେତ୍ରକୁ ଆଚ୍ଛାଦିତ କରିଛି ଏବଂ ମହିଳାମାନଙ୍କ ପାଇଁ ଅଧିକ ସମ୍ମାନ ତଥା ସୁଯୋଗକୁ ସୁନିଶ୍ଚିତ କରିଛି ।