ଭୁବନେଶ୍ବହ, ଓଡିଶା ବିଧାନସଭାର ବାଚସ୍ପତି ପଦ ପାଇଁ ବିଜେଡିର ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ଦିନ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା 13 ତାରିଖ ଦିନ ସେ ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହେବେ ।
ଭଂଜନଗରରୁ ବିଧାୟକ ଶ୍ରୀ ଆରୁଖ ବିଧାନସଭାର ଜଣେ ବରିଷ୍ଠ ବିଧାୟକ । ଏହା ପୂର୍ବରୁ ସେ ଅନେକ ଥର ମନ୍ତ୍ରୀ ରହି ସାରିଛନ୍ତି । ଏବେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ମାନେ ଇସ୍ତଫା ଦେବା ସମୟରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ଅନ୍ୟ ପକ୍ଷରେ ବିଧାନସଭାର ବାଚସ୍ପତି ଥିବା ସୂର୍ଯ୍ୟ ନାରାୟଣ ପତ୍ର କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ । ତେଣୁ ବିଧାନସଭା ସଚିବାଳୟ ପକ୍ଷରୁ ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହୋଇଥିଲା ।