-
ଆଉ ଦୁଇ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କଲା ବନ ବିଭାଗ
କଟକ, କଟକ ଜିଲ୍ଲା ବଡ଼ମ୍ବା ରେଞ୍ଜ୍ ଅନ୍ତର୍ଗତ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଆଉ ଦୁଇ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ବନ ବିଭାଗ । ସେମାନେ ହେଲେ ଫରେଷ୍ଟର ମନୋଜ ଦାସ ଓ ଫରେଷ୍ଟ ଗାର୍ଡ଼ ନରେନ୍ଦ୍ର ଦେହୁରୀ । ପ୍ରକାଶ ଥାଉ କି, ଏହା ପୂର୍ବରୁ ଘଟଣାରେ ଗୋପପୁର ସେକ୍ସନର ଫରେଷ୍ଟର ଓ ବିଟ ଗାର୍ଡ ନିଲମ୍ବିତ ହୋଇଥିଲେ ।