କଟକ, ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ଏହି ଦୁଇ ଜଣ ନୂଆ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର । ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ. ଏସ. ମୁରଲୀଧର । ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି ଶୁଭାଶିଷ ତାଳପତ୍ର । ସେହିପରି ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ନୂତନ ବିଚାରପତି ଭାବେ ଶପଥ ନେଇଛନ୍ତି ।
ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ, ବରିଷ୍ଠ ଆଇନଜୀବୀ ମାନେ ଉପସ୍ଥିତ ଥିଲେ ।