କନ୍ଧମାଳ, କନ୍ଧମାଳ ଜିଲାର ଜଣାଶୁଣା ପୂର୍ବତନ କର୍ମଚାରୀ ନେତା ସୁରେଶ ପଟ୍ଟନାୟକଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ଯୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ନ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଫୁଲବାଣୀ ସଦର ମହକୁମା ହସ୍ପିଟାଲରେଭର୍ତ୍ତି କରାଯାଇଥିଲା। ତେବେ ସ୍ଵାସ୍ଥ୍ଯାବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା। ଭୁବନେଶ୍ବର ଯିବା ବେଳେ ବାଟରେ ତାଙ୍କର ପରଲୋକ ହୋଇଯାଇଥିଲା।
ସ୍ବର୍ଗତ ପଟ୍ଟନାୟକ ସର୍ବଦା ସରକାରୀ କର୍ମଚାରୀ ମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଲଢେଇ କରିଆସୁଥିଲେ। ଏହା ସହିତ ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ଭିଭିନ୍ନ ସମସ୍ଯା ବାବଦରେ ମଧ୍ୟ ସେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିବା ସହିତ ଲୋକମାନଙ୍କୁ ସଚେତନ ମଧ୍ୟ କରାଉଥିଲେ। ଫୁଲବାଣୀ ସହରର ବିଭିନ୍ନ ସଂଗଠନ ସହ ମଧ୍ୟ ସେ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ। ତାଙ୍କ ମୃତ୍ୟୁରେ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି । ସହରର ବହୁ ବୁଦ୍ଧିଜିବୀ ଅବସରପ୍ରାପ୍ତ କର୍ମଚାରୀ ସଂଘ, ପୂର୍ବତନ ଛାତ୍ରସଂଘ, ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସେ ଜଣେ ସୁସଂଗଠକ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।
ସେହିପରି ସ୍ଵର୍ଗତ ସୁରେଶ ପଟ୍ଟନାୟକଙ୍କ ପରଲୋକରେ ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ଆଇନଜିବୀ ଅଶୋକ ବେହେରା, ଅବସରପ୍ରାପ୍ତ କର୍ମଚାରି ପ୍ରଣବ ମଣ୍ଡଳ, ସର୍ବେଶ୍ଵର ମିଶ୍ର, ରାଜେନ୍ଦ୍ର ପାଢୀ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୁପ ଜେନା, ନାରାୟଣ ସାହୁ, ବିଜୟ ମହାନ୍ତି, ଅଶୋକ ମହାନ୍ତି, ଅବସରପ୍ରାପ୍ତ କର୍ମଚାରୀ ବ୍ରଜ ପଟନାୟକ, ଅମୀୟ ଦାଶ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।