କନ୍ଧମାଳ, କନ୍ଧମାଳ ଜିଲ୍ଲାର ପାଣ ସମାଜ କଲ୍ୟାଣ କମିଟିରେ ଫାଟ ସୃଷ୍ଟି ହୋଇ ଭୁଲ ବୁଝାମଣାବଶତଃ ସଭାପତି ଅନାମ କୁମାର ନାୟକଙ୍କ ନେତୃତ୍ଵରେ ଗୋଟିଏ ଜିଲ୍ଲା କମିଟି ଓ ବ୍ରହ୍ମା ବେହେରାଙ୍କ ନେତୃତ୍ଵରେ ଆଉଗୋଟିଏ କମିଟି, ଏଭଳି ଦୁଇଟି ଜିଲ୍ଲା କମିଟି ଗଠିତ ହୋଇ ନିଜ ନିଜ ଭିତରେ ଦୀର୍ଘ ପାଞ୍ଚ ବର୍ଷ ହେବ ଗୋଷ୍ଠୀ ବିବାଦ ଲାଗି ରହିଥିଲା। କରୋନା ମହାମାରୀ ଯୋଗୁଁ ଉଭୟ କମିଟିର ୫ ବର୍ଷ ଅବଧି ସରିଯାଇଥିଲେ ମଧ୍ୟ ଉଭୟେ ଜିଲ୍ଲା କମିଟିକୁ ନୂତନ ଭାବେ ପୁର୍ନଗଠନ କରିପାରିନଥିଲେ। କିଛିଦିନ ତଳେ ଉଭୟ ଗୋଷ୍ଠୀର ବିଚାରବିମର୍ଶ ପରେ ଉଭୟ ଏକତ୍ରିତ ଭାବେ ଦୁଇଟି କମିଟିକୁ ସମ୍ପୂର୍ଣ୍ଣ ଭାଙ୍ଗିଦେବା ପାଇଁ ନିଷ୍ପତି ପ୍ରକାରେ, ସମସ୍ତ ବ୍ଲକ ଓ ଗ୍ରାମପଂଚାୟତ ସ୍ତରୀୟ ସଭାପତି ସମ୍ପାଦକ ଓ ପାଣ ଜାତିର ନେତୃସ୍ଥାନୀୟ ବ୍ଯକ୍ତି ଏବଂ କମିଟିର କର୍ମକର୍ତା ମାନଙ୍କ ଉପସ୍ଥିତିରେ ଫିରିଙ୍ଗିଆ ସ୍ଥିତ ବିଜୁ ପଟନାୟକ କଲ୍ୟାଣ ମଣ୍ଡପରେ ଗୁରୁବାର ପୂର୍ବାହ୍ନ୧୧ ଟା ସମୟରେ ଉପସ୍ଥିତ କର୍ମକର୍ତା ସମ୍ମୁଖରେ ଦୁହେଁ ମିଶି ଦୁଇଟି ଯାକ ଜିଲ୍ଲା କମିଟିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲା କମିଟି ଗୁଡିକୁ ନୂତନ ଭାବେ ପୁର୍ନଗଠନ କରିବା ପାଇଁ ଜିଲ୍ଲା କମିଟିରେ ଥିବା ବରିଷ୍ଠ ୭ ଜଣ ସଦସ୍ୟଙ୍କୁ ନେଇ ଏକ ନୂତନ ପରିଚାଳନା କମିଟି କାର୍ଯ୍ୟ କରିବାପାଇଁ କ୍ଷମତା ଅର୍ପଣ କରାଯାଇଥିଲା।
ସେମାନେ ହେଲେ ସର୍ବଶ୍ରୀ ସତ୍ୟନାରାୟଣ ବେହେରା, ମଧୁସୂଦନ ବେହେରା, କ୍ଷୀରୋଦ କୁମାର ସାହାଣୀ, ଚନ୍ଦ୍ର ମୋହନ ନାୟକ, ରାଜେନ୍ଦ୍ର ନାରାୟଣ ବେହେରା, ଦୁଃଶାସନ ବଳିୟାର ସିଂ, ବଳଭଦ୍ର ଡିଗାଲ ଓ ପଙ୍କଜ ବେହେରାଙ୍କୁ ନେଇ କମିଟି ଗଠନ କରାଯାଇଛି। ଆଗାମୀ ଦିନରେ ନୂତନ ଜିଲ୍ଲା କମିଟି ଗଠନ କରି ସତ୍ୟପାଠ କରେଇବା ପର୍ଯ୍ୟନ୍ତଏହି ନିର୍ବାଚନ କମିଟି ଦାୟିତ୍ଵରେ ରହି କାର୍ଯ୍ୟ ତୁଲାଇବେ ବୋଲି ଗତକାଲିର ଅଧିବେଶନରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ୭ ଜଣିଆ କାମଚଳା କମିଟି ଆଗାମୀ ନୂତନ ଜିଲ୍ଲା କମିଟି ପୁର୍ନଗଠନର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ ଇସ୍ତାହାର ପ୍ରକାଶ କରିବେ ଓ ତଦନୁଯାୟୀ ନିର୍ବାଚନ କାର୍ଯ୍ୟ ହୋଇପାରିବ। ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟିରେ ଲାଗିରହିଥିବା ଦୀର୍ଘ ୫ ବର୍ଷର ଗୋଷ୍ଠୀ ବିବାଦର ଅବସାନ ଘଟିଛି ଓ ଉଭୟ ଗୋଷ୍ଠୀର ସଦସ୍ୟ ମାନେ ଏଭଳି ପଦକ୍ଷେପକୁ ଗ୍ରହଣ କରିଛନ୍ତି ଓ ସ୍ଵାଗତ କରିଛନ୍ତି ଓ ଏହାଦ୍ଵାରା ଏକ ସୁସ୍ଥ ବଳିଷ୍ଠ ସମାଜ ଗଠନ ହୋଇପାରିବ ବୋଲି ଜାତିର ନେତୃସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଛନ୍ତି।
ଏହି ବୈଠକରେ ବ୍ଲକ ସଭାପତି ଚନ୍ଦ୍ର ମୋହନ ନାୟକ ଫିରିଙ୍ଗିଆ, ରାଜେନ୍ଦ୍ର ନାରାୟଣ ବେହେରା ଚକାପାଦ, ଦୁଃଶାସନ ବଳିୟାର ସିଂ କୋଟଗଡ, ପଙ୍କଜ ବେହେରା ଫୁଲବାଣୀ ପୌର ପରିଷଦ, ବଳଭଦ୍ର ଡିଗାଲ ଖଜୁରୀପଡା, ଡ଼ଃ. ସୋମନାଥ ବାଘ, ଅରବିନ୍ଦ ନାୟକ ବ୍ରାହ୍ମଣ ପାଦ, ଅଚ୍ୟୁତ ନନ୍ଦ ସେଠି ସାମ୍ବାଦିକ, ବିଦୁର ବେହେରା ସାମ୍ବାଦିକ, ଦିଲୀପ ଡିଗାଲ, ନଈରୁତ ଡିଗାଲ ଫିରିଙ୍ଗିଆ, ଅନଙ୍ଗ ଦେବ ବେହେରା, ତ୍ରିନାଥ ମାଝୀ, ଅଙ୍ଗଦ ବେହେରାଙ୍କ ସମେତ ଅନେକ ବରିଷ୍ଠ ଜାତିପ୍ରେମୀ ଓ ଜାତିର ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହାପରେ ଫିରିଙ୍ଗିଆ ବ୍ଲକ ସଭାପତି ଚନ୍ଦ୍ର ମୋହନ ନାୟକ ଜିଲ୍ଲା ସଭାପତି ଅନାମ କୁମାର ନାୟକ ଓ ବ୍ରହ୍ମା ବେହେରା ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ସାହାଣୀ ଓ ସତ୍ୟନାରାୟଣ ବେହେରାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।