-
ଏକକ ନୋଡାଲ ଏଜେନ୍ସିର ଡ୍ୟାସ୍ ବୋର୍ଡ ଉଦ୍ଘାଟନ ଉତ୍ସବରେ ଏକକ ରାଜ୍ୟ ଭାବେ ଓଡିଶାର ଉପସ୍ଥାପନା
ଭୁବନେଶ୍ୱର, ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଲୀଠାରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସରକାରୀ ଆର୍ôଥକ ପରିଚାଳନା ବ୍ୟବସ୍ଥା (ପିଏଫ୍ଏମ୍ଏସ୍)ର ଏକକ ନୋଡ଼ାଲ ଏଜେନ୍ସି (ଏସ୍ଏନ୍ଏ)ର ଡ୍ୟାସ୍ ବୋର୍ଡର ଶୁଭାରମ୍ଭ କରିଛନ୍ତି । ଏହି ଡ୍ୟାସ୍ ବୋର୍ଡ ମାଧ୍ୟମରେ ବିଭିନ୍ନ ରାଜ୍ୟର ସରକାରୀ ଆର୍ôଥକ ଜନିତ ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ । ଏହି ଅବସରରେ ଓଡିଶା ସରକାରଙ୍କ ଅର୍ଥ ବିଭାଗର ଅଧିକାରୀ, ରାଜ୍ୟରେ ଏସ୍ଏନ୍ଏ ମଡେଲ ପ୍ରଚଳନ ସମ୍ବନ୍ଧରେ ଏକ ଉପସ୍ଥାପନା କରିଥିଲେ । ଏସ୍ଏନ୍ଏ ମଡେଲ୍ ପ୍ରଚଳନ କରିବାରେ ଏକ ପ୍ରାରମ୍ଭିକ ରାଜ୍ୟ ହୋଇଥିବା ହେତୁ, ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାର, ଉପରୋକ୍ତ କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ମଧ୍ୟରେ ଓଡିଶାକୁ ଏକମାତ୍ର ଉପସ୍ଥାପକ ଭାବେ ଆମନ୍ତ୍ରଣ କରିଥିଲେ । ଏହା ବିଜ୍ଞ ଆର୍ôଥକ ପରିଚାଳନା, ବଜେଟ୍ ପ୍ରସ୍ତୁତି ତଥା ଏସ୍ଏନ୍ଏ ମଡେଲ ପ୍ରଚଳନ କରିବାରେ ଓଡିଶାର ସଫଳତାର ପରିଚାୟକ ସରକାରୀ ଆର୍ôଥକ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଥିବା ଓଡିଶା ପାଇଁ ଜାତୀୟ ସ୍ଥରରେ ଏହା ଏକ ସ୍ୱୀକୃତି ଅଟେ ।
ଭାରତ ସରକାର ମାର୍ଚ୍ଚ ୨୦୨୧ ରେ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ଅଧିନରେ ପାଣ୍ଠି ପ୍ରଦାନ ଓ ଏହାର ନିରୀକ୍ଷଣ ନିମିତ୍ତ ଏକ ନୂତନ ଏସ୍ଏନ୍ଏ ମଡେଲ ପ୍ରବର୍ତନ କରିଥିଲେ । ଏହି ମଡେଲ ରାଜ୍ୟ ଏବଂ ରାଜ୍ୟ ଅଧିନସ୍ଥ ଯୋଜନା ପ୍ରଚଳନକାରୀ ସଂସ୍ଥାମାନଙ୍କୁ ସଠିକ୍ ସମୟରେ ପାଣ୍ଠି ପ୍ରଦାନ, ପାଣ୍ଠିର ସୁବିନିଯୋଗ, ପାଣ୍ଠିର ଟ୍ରାକିଂ ମାଧ୍ୟମରେ ସରକାରଙ୍କ ଉତମ ଆର୍ôଥକ ପରିଚାଳନାରେ ସହାୟକ ହେବ । ବଳିଷ୍ଠ ସମନ୍ୱିିତ ଆର୍ôଥକ ପରିଚାଳନା ପଦ୍ଧତି (ଆଇଏଫ୍ଏମ୍ଏସ୍), ଉତ୍ତମ ଆର୍ôଥକ ସ୍ଥିତି ଓ ପିଏଫ୍ଏମ୍ଏସ୍ ପ୍ରଚଳନରେ ଏକ ପ୍ରାରମ୍ଭିକ ରାଜ୍ୟ ହୋଇଥିବାରୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଏସ୍ଏନ୍ଏ ମଡେଲ ପ୍ରଚଳନରେ ଓଡିଶା ଅଗ୍ରଣୀ ହୋଇପାରିଛି । ଏତଦ୍ୱ୍ୟତୀତ କେନ୍ଦ୍ର ଓ ରାଜ୍ୟର ପିଏଫ୍ଏମ୍ଏସ୍ ଟିମ୍ ର ସକ୍ରିୟ ସହଯୋଗ ତଥା ରାଜ୍ୟର ନିରବଚ୍ଛିନ୍ନ ନିରୀକ୍ଷଣ, ସ୍ପଷ୍ଟ କାର୍ଯ୍ୟଶୈଳୀ ଏବଂ ପ୍ରଚଳନଜନିତ ସମସ୍ୟାଗୁଡିକର ସମୟୋଚିତ ସମାଧାନ, ସିଏସ୍ଏସ୍ର ସମସ୍ତ ‘ରାଜ୍ୟସଂଯୁକ୍ତ ଯୋଜନା’କୁ ନିର୍ଦ୍ଧାରିତ ସମୟମଧ୍ୟରେ ପିଏଫ୍ଏମ୍ଏସ୍ ପ୍ଲାଟ୍ଫର୍ମ ସହିତ ସଂଯୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏସ୍ଏନ୍ଏ ମଡେଲ ପ୍ରଚଳନରେ ଅକ୍ଳାନ୍ତ ଉଦ୍ୟମ ଏବଂ ଆର୍ôଥକ ପରିଚାଳନା କ୍ଷେତ୍ରରେ ଅନ୍ୟାନ୍ୟ ସଂସ୍କାର ପାଇଁ ଓଡିଶା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି ।
ଏହି ଉତ୍ସବରେ ଭାରତ ସରକାରଙ୍କ ଅର୍ଥ ସଚିବ, ଡଃ ଟି.ଭି. ସୋମନାଥନ, ମହା-ଲେଖା ନିୟନ୍ତ୍ରକ, ଶ୍ରୀମତୀ ସୋନାଲି ସିଂ, ଅତିରିକ୍ତ ମହାଲେଖା ନିୟନ୍ତ୍ରକ, ଶ୍ରୀମତୀ ଧରିତ୍ରୀ ପଣ୍ଡା (ପିଏଫ୍ଏମ୍ଏସ୍ ଡିଭିଜନ୍) ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।