-
ଝିଅ ଗୁରୁତର
ଭୁବନେଶ୍ୱର, ପାରିବାରିକ କଳହରୁ ତଂଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଏଥିସହ ନିଜ ୬ ବର୍ଷର ଝିଅର ବି ତଂଟି କାଟି ଦେଇଛି । ତେବେ ଝିଅଟି ମୃତ୍ୟୁ ମୁଖରୁ ବର୍ତି ଯାଇଛି । ରାଜଧାନୀର ଘାଟିକିଆ ଅଂଚଳରେ ଏଭଳି ଘଟଣା ଘଟିଛି । ମୃତ ମହିଳାଙ୍କ ନାଁ ସରସ୍ୱତୀ ଦାସ । ଘଟଣାପରେ ଅଭିଯୁକ୍ତ ସ୍ୱାମୀ ସଞ୍ଜିତ ଦାସ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ ଅଭିଯୁକ୍ତ ସଞ୍ଜିତ କିଛି ରୋଜଗାର କରୁ ନ ଥିବା ବେଳେ ସବୁବେଳେ ନିଶାଗ୍ରସ୍ତ ରହୁଥିଲେ । ତାଙ୍କ ପତ୍ନୀ ସରସ୍ୱତୀ ଦାସ ନର୍ସ ଭାବେ କାମ କରୁଥିଲେ । ସେମାନଙ୍କର ଦୁଇଟି ଝିଅ । ଜଣଙ୍କୁ ୬ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ମାତ୍ର ୪ ଦିନ ହୋଇଛି । କୌଣସି ଘଟଣାକୁ ନେଇ ଆଜି ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ନିଜ ହିତାହିତ ଜ୍ଞାନ ହରାଇ ବସିଥିବା ସଞ୍ଜିତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ପତ୍ନୀ ଓ ବଡ଼ ଝିଅର ବେକ କାଟି ଦେଇଥିଲେ । ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି ।
ଖବର ପାଇ ଭୁବନେଶ୍ୱର ଡିସିପି ଓ ପୋଲିସ୍ ଟିମ୍ ପହଂଚି ଘଟଣାର ତଦନ୍ତ କରିଛନ୍ତି ।