-
ଜଣକ ପିଛା ସର୍ବାଧିକ ୨ଟି ଟିକେଟ୍ ବ୍ୟବସ୍ଥା
କଟକ, ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆଜି ସକାଳ ୯ଟା ଠାରୁ କାଉଂଟରରେ ଟିକେଟ୍ ବିକ୍ରୀ ଆରମ୍ଭ ହୋଇଛି । ତେବେ ଏହି ଟିକେଟ୍ ପାଇବା ପାଇଁ ଗତକାଲି ରାତିରୁ କାଉଂଟର ସମ୍ମୁଖରେ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ୯ଟି କାଉଂଟରରେ ୧୨ ହଜାର ଟିକେଟ୍ ବିକ୍ରୀ କରାଯିବ । ଯେକୌଣସି ପରିଚୟ ପତ୍ର ଦେଖାଇ ଜଣେ ଏହି ଟିକେଟ୍ ନେଇପାରିବେ । ତେବେ ଜଣେ ସର୍ବାଧିକ ୨ଟି ଟିକେଟ୍ କିଣିପାରିବେ ।
ଅନ୍ୟପକ୍ଷରେ ଟିକେଟ୍ କିଣିବା ପାଇଁ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଂଟରରେ ଟିକେଟ୍ ବିକ୍ରୀ କରାଯିବ । ଆଜି ଓ ଆସନ୍ତାକାଲି ଏହି ଟିକେଟ୍ ବିକ୍ରୀ କରାଯିବ । ତେବେ କାଉଂଟର ସମ୍ମୁଖରେ ଦର୍ଶକଙ୍କ ଭିଡ଼କୁ ଦେଖିଲେ ଯାହା ଜଣାପଡୁଛି ଆଜି ସଂନ୍ଧ୍ୟା ସୁଦ୍ଧା ସମସ୍ତ ଟିକେଟ୍ ବିକ୍ରୀ ହୋଇଯାଇପାରେ ।