ଭଦ୍ରକ – ଆଜି ପବିତ୍ର ରାହାସ ପୂର୍ଣ୍ଣିମା ଉପଲକ୍ଷେ ଏହି ଜିଲାର ସମସ୍ତ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଥିଲା । କେଉଁଠି ନାମଯଜ୍ଞ ତ କେଉଁଠି ମେଳା । ସେହିପରି ଭଦ୍ରକର ଚରମ୍ପା ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ ରାହାଞ୍ଜ-ତ୍ରିଶଳପୁର-ଅସୁରା ଅଂଚଳର ଆରାଧ୍ୟା ଦେବୀ ମା’ ଦାଣ୍ଡବାସୁଳୀ ପୀଠରେ ବହୁ ଆଡମ୍ବରରେ ପାଳିତ ହୋଇଛି ରାହାସ ପୂର୍ଣ୍ଣିମା । ଆଜି ଭୋର୍ରୁ କମିଟିର ସଭାପତି ମଦନ ମୋହନ ପରିଡା, ସଂପାଦକ ଗଜେନ୍ଦ୍ର ପ୍ରସାଦ ନାୟକ ଓ କୋଷାଧ୍ୟକ୍ଷ ସୁକାନ୍ତ କବିଙ୍କ ପରିଚାଳନାରେ ଏବଂ ପୂଜକ ଗୌତମ ଶୁକ୍ଳ ଓ ବିନାୟକ ଆଶିଷ ପାଢୀଙ୍କ ଦ୍ୱାରା ଅଖଣ୍ଡ ଦୀପ ସହ ଚାଲିଥିଲା ବିଶ୍ୱ ଶାନ୍ତି ମହାଯଜ୍ଞ । ପ୍ରାୟ ୫ ଶହ ବର୍ଷ ପୂର୍ବେ ଏହି ସ୍ଥାନରେ ଗଛମୂଳରେ ମା’ ପୂଜା ପାଉଥିଲେ । ତାଙ୍କ ମହିଳା ଧୀରେ ଧୀରେ ପ୍ରସାରିତ ହେବା ପରେ ମନ୍ଦିର ନିର୍ମିତ ହୋଇଛି । ବର୍ଷକର ଦୁଇଟି ତିଥିରେ ମା’ଙ୍କ ପୀଠରେ ଲାଗିଥାଏ ଭକ୍ତଙ୍କ ଗହଳି । ମା’ଙ୍କୁ ସ୍ମରଣ କରି ମାନସିକ କଲେ ତାହା ନିଶ୍ଚିତ ପୂରଣ ହୋଇଥାଏ ବୋଲି ଭକ୍ତମାନ କହନ୍ତି । ଶ୍ରଦ୍ଧାଳୁଙ୍କ ଗହଳିକୁ ଦୃଷ୍ଟିରେ ରଖି ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ଆଜି ହୋଇଥିଲା । ଶାନ୍ତି-ଶୃଙ୍ଖଳା ରକ୍ଷା ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇଥିଲା ।
Related Stories
November 24, 2024
November 24, 2024