ଗଞ୍ଜାମ, ଦୀର୍ଘ ୮ ବର୍ଷ ଧରି ବ୍ରହ୍ମପୁର ସର୍କଲ ଜେଲ୍ ରେ ବିଚାରଧିନ କଏଦୀ ଭାବେ ଥିବା ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ ଥିବା ସୂଚନା ମିଳିଛି । ସେ ଗତ ଦୁଇ ମାସ ହେଲା କାନ ଓ ଦାନ୍ତ ଯନ୍ତ୍ରଣା ଯୋଗୁଁ ଚିକିତ୍ସିତ ହେଉଛନ୍ତି । ଦୁଇ ମାସ ମଧ୍ୟରେ ବ୍ରହ୍ମପୁର ଏମକେସିଜି କର୍ଣ୍ଣ, ନାଶା, ଗଳା ବିଭାଗରେ ସେ ୭ରୁ ୮ ଥର ଚିକିତ୍ସିତ ହେଲେଣି । ତାଙ୍କର ନୂଆ ଦାନ୍ତ ପ୍ରତିରୋପଣ ହୋଇପାରେ । କିନ୍ତୁ, ଏନେଇ କୌଣସି ତାରିଖ ନିର୍ଦ୍ଧାରିତ ହୋଇନାହିଁ । ଦାନ୍ତ ଓ କାନରେ ଯନ୍ତ୍ରଣା କାରଣରୁ ସେ ଜେଲ୍ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ପରବର୍ତି ସମୟରେ ଏମକେସିଜି ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି ।
Related Stories
November 23, 2024