ଗଞ୍ଜାମ, ଗଜପତି ଜିଲ୍ଲାରୁ ଉତରପ୍ରଦେଶ ରାଜ୍ୟକୁ ଚାଲାଣ ହେଉଥିବା ବେଳେ ୩୦ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଗଞ୍ଜେଇ ଚାଲାଣରେ ବ୍ୟବହୃତ ଟ୍ରକ୍ ଜବତ କରାଯାଇଥିବା ବେଳେ ଏହାର ଚାଳକ ଉତର ପ୍ରଦେଶ ପିଲିଭିତି ଗ୍ରାମର ସଲାମତ୍ ଶାହା (୩୫)କୁ ଗିରଫ କରାଯାଇଛି ।
ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଦେଇ ଉତରପ୍ରଦେଶକୁ ଏହି ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇଥିଲା । ସେହି ସୂଚନା ପ୍ରକାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଆମ୍ବଗଡ଼ ଛକରେ ଜଗି ରହିଥିଲା । ଦୃତ ଗତିରେ ଆସୁଥିବା ଏକ ଟ୍ରକ୍ କୁ ସନ୍ଦେହରେ ଅଟକାଯାଇ ଯାଂଚ୍ କରାଯାଇଥିଲା । ଯାଂଚ ବେଳେ ଗାଡିରୁ ୨୧୭ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡ଼େପୁଟୀ କମିଶନର ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି ।