କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଦୀର୍ଘଦିନ ଧରି ପୁରୀ ରେ ପୌରପାଳିକା ନିର୍ବାଚନ ହେଉନାହିଁ କିନ୍ତୁ ରାଜ୍ୟ ସରକାର ଙ୍କ ଦ୍ଵାରା ପରିଚାଳିତ ପୌରପାଳିକା ରେ ବିଭିନ୍ନ ପ୍ରକାର ନିଷ୍ପତି ନିଆଯାଉଛି ଯାହା ପୁରୀ ବାସୀଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖାଯାଉ ନାହିଁ । ବର୍ତ୍ତମାନ ପୁରୀ ପୌରସଦନ ଶୀତତାପନିୟନ୍ତ୍ରିତ ହେବାପରେ ପ୍ରାୟ ୫ ଗୁଣ ଦର ବୃଦ୍ଧି ହୋଇ ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ଯାହା ପୁରୀ ର ବିଭିନ୍ନ ବେସରକାରୀ ସଙ୍ଗଠନ ପାଇଁ ଧାର୍ଯ୍ୟ ହୋଇଥିବା ବର୍ଦ୍ଧିତ ଦର ଦେଇ କୌଣସି ସାଂସ୍କୃତିକ ବା ସାଂଗଠନିକ କାର୍ଯ୍ୟକ୍ରମ କରିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ଆଗକୁ ପୌର ନିର୍ବାଚନ ହୋଇ ଜନପ୍ରତିନିଧି ନିର୍ବାଚିତ ହୋଇ ପୁରୀ ବାସୀଙ୍କ ମତାମତ ନେବା ପର୍ଯ୍ୟନ୍ତ ବର୍ତ୍ତମାନ ଦରକୁ ହ୍ରାସ କରିବା ଦାବି ରେ ଆମ୍ ଆଦ୍ମୀ ପାର୍ଟି ୟୁଥ୍ ୱୀଙ୍ଗ ତରଫରୁ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିରୋଧ ପ୍ରଦର୍ଶନ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଥାଶୀଘ୍ର ନୋ ପ୍ରଫିଟ ନୋ ଲସ ହିସାବ ରେ ଦର କମ୍ କରାଯିବ ବୋଲି ଜିଲ୍ଲାପାଳ ମହୋଦୟ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ବିରୋଧ ପ୍ରଦର୍ଶନ ରେ ଅଂଶୁମାନ ଶତପଥୀ (ଜିଲ୍ଲା ଯୁବ ସଭାପତି, ପୁରୀ) ଙ୍କ ନେତୃତ୍ୱ ରେ ସୁଧାଂଶୁ ଶେଖର ନାଏକ (ଜିଲ୍ଲା ଯୁବ ସଂଗଠକ, ପୁରୀ) ,ସୁନୀଲ ଜେନା (ଜିଲ୍ଲା ଯୁବ ସାଧାରଣ ସମ୍ପାଦକ, ପୁରୀ),
ରାକେଶ କୁମାର ନନ୍ଦ (ପୌରପାଳିକା ଅଧକ୍ଷ, ପୁରୀ), ଅନିଲ କୁମାର ସେନାପତି (ପର୍ଯ୍ୟବେକ୍ଷକ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ, ପୁରୀ) , ରାଜେଶ ପଣ୍ଡା , ଚିନ୍ମୟୀ ରଥ ,ପାର୍ବତୀ ପ୍ରଧାନ ,ଅଜୟ କୁମାର ନାୟକ ,ରଞ୍ଜନ କୁମାର ପ୍ରଧାନ ,ଏସ. ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024