କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଭାରତୀୟ ସଂସ୍କୃତିର ମହାନ୍ ପରମ୍ପରା ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥି ଅବସରରେ ଅନ୍ତଃରାଷ୍ଟ୍ରୀୟ ଗୌଡୀୟ ବେଦାନ୍ତ ଟ୍ରଷ୍ଟ ଆନୁକୂଲ୍ୟରେ ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଜୟ ଶ୍ରୀ ଦାମୋଦର ଗୌଡୀୟ ମଠ ପରିସରରେ ସାତ ଦିନ ଧରି ଚାଲିବାକୁ ଥିବା ଶ୍ରୀମଦ୍ ଭଗବଦ୍ ଗୀତା ଶିକ୍ଷା ଶିବିରର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଉଦ୍ଘାଟକ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡଃ ହରିହର ହୋତା ଯୋଗଦେଇ କହିଥିଲେ ଭାରତୀୟ ସଂସ୍କୃତିରେ ଭକ୍ତି ଓ ଭଗବାନଙ୍କ ମଧ୍ୟରେ ଥିବା ଆଧ୍ୟାତ୍ମିକ ପ୍ରେମ ରହସ୍ୟକୁ ଭଗବଦ୍ ଗୀତାର ଅଠରଟି ଅଧ୍ୟାୟର ଯୋଗ
ପର୍ଯ୍ୟାୟକ ନାମରେ ସାଂକ୍ଷ୍ୟ ଯୋଗ, ବିଭୁତି ଯୋଗ ଇତ୍ୟାଦି । ଭଗବଦ୍ ଗୀତାକୁ ଲୌକିକ ଶିକ୍ଷା ଗ୍ରନ୍ଥ ରୂପେ ଉପସ୍ଥାପନା କରାଯାଇଛି । ଏହାର ରଚୟିତା ହେଲେ ତୃଣାବିନ୍ଦୁ କୃଷ୍ଣ ଦୈତାୟନ ବ୍ୟାସ । ଜ୍ଞାନ ପରମ୍ପରା ର ଏହି ପ୍ରାଚୀନ ଐତିହ୍ୟରୁ ଆଧାର କରି ଭାରତୀୟ ବେଦାନ୍ତ ଦର୍ଶନ ସର୍ବଜନଗ୍ରାହ୍ୟ ଦର୍ଶନ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବେଦାନ୍ତ ଚେତନାର ବିବର୍ତ୍ତନ ସ୍ୱରୂପ । ଶ୍ରୀମଦ୍ ଭଗବଦ୍ ଗୀତା ଶିକ୍ଷା ଶିବିରରେ ଯୋଗ ଦେଇଥିବା ବିଦ୍ୟାର୍ଥୀମାନେ ଭଗବଦ୍ ଗୀତାକୁ ତନ୍ନତନ୍ନ କରି ଅନୁଧ୍ୟାନ କରି ଉପଯୁକ୍ତ ଶୈଳୀରେ ଉଚ୍ଚାରଣ ପୂର୍ବକ ପଠନ କଲେ ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ, ନୈତିକ ଓ ଆଧ୍ୟାତ୍ମିକ ବିକାଶ ଘଟିବ । ଭରତିଆ ଟ୍ରଷ୍ଟର ଅଧ୍ୟକ୍ଷ ଡଃ କିସନଲାଲ ଭରତିଆ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କହିଲେ ସାଧୁ ସଙ୍ଗ ଦ୍ଵାରା ସମସ୍ତଙ୍କ ଚିତ୍ତ ବୃତ୍ତି ନିର୍ମଳ ହୋଇଥାଏ । ଯେପରି ଦୁଗ୍ଧ ରୂପକ ଅମୃତକୁ ଆବାଳ ବୃଦ୍ଧବନିତା ଛୋଟରୁ ବଡଯାଏଁ ପାନ କରିପାରିବେ, ସେହିପରି ଶ୍ରୀମଦ୍ ଭଗବଦ୍ ଗୀତା ରୂପକ
ଅମୃତକୁ ଆବାଳ ବୃଦ୍ଧବନିତା ନିଜ ଜୀବନରେ ଗ୍ରହଣ କରିବା ମନୁଷ୍ୟର ପରମ ଆବଶ୍ୟକତା । ସେଥିପାଇଁ କୁହାଯାଇଛି ଦୁଗ୍ଧାଂ ଗୀତଂ ମୃତମ୍ ମହତ୍ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଓଡିଶା ଉଚ୍ଚତମ ନ୍ୟାୟାଳୟର ଆଇନିଜୀବୀ ସୂର୍ଯ୍ୟନାରାୟଣ ଦ୍ବିବେଦୀ, ଏନ୍.ଆଇ.ଏଟି, ଭୁବନେଶ୍ଵରର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପରିଡା, ପୂଜ୍ୟପାଦ ନିଶ୍ଚିଞ୍ଚନ ମହାରାଜ, ପୂଜ୍ୟପାଦ ଭକ୍ତି ବିବେକ ପରମାର୍ଥୀ ମହାରାଜ ପ୍ରମୁଖ ଯୋଗଦେଇ ଶିକ୍ଷା ଶିବରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉଦ୍ଘାଟନୀ ଉତ୍ସବକୁ ଅଧ୍ୟକ୍ଷତା କରିଥିଲେ ଶ୍ରୀପାଦ ଭକ୍ତିବେଦାନ୍ତ ବୌଦ୍ଧାୟନ ମହାରାଜ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପଣ୍ଡିତ ଗୁରୁପ୍ରସାଦ ଦାଶ । ଏହି ଅବସରରେ ଅତିଥିମାନଙ୍କୁ ଗୌଡୀୟ ଭକ୍ତିବେଦାନ୍ତ ଟ୍ରଷ୍ଟ ଦ୍ବାରା ପ୍ରକାଶିତ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରଦାନ କରାଯାଇଥିଲା । ଶିବିରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପାଖାପାଖି ଶହେ ଶିବିରାର୍ଥୀ ଯୋଗଦାନ କରିଛନ୍ତି । ଏହି ଶିବିର ସାତଦିନ ଧରି ଚାଲିବ । ଧନ୍ୟବାଦ ପ୍ରଦାନ କରିଥିଲେ ନରହରି ଦାସ ବ୍ରହ୍ମଚାରୀ ।
Related Stories
November 23, 2024