
ବଲାଙ୍ଗୀର, ବଲାଙ୍ଗୀର ର ୧୪ ଗୋଟି ଅନୁଷ୍ଠାନ କୁ ୨୦୨୨ ରେ ପ୍ରକୃତି ମିତ୍ର ସମ୍ମାନ ରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅନୁଷ୍ଠାନ ଗୁଡ଼ିକ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରବୀନ୍ଦ୍ର ମଣ୍ଡପ ଠାରେ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ପ୍ରକୃତିମିତ୍ର ସମ୍ମାନ ପାଇଥିବା ସଂସ୍ଥା ଗୁଡ଼ିକ ହେଲେ ଲୋଇସିଂହା ବ୍ଲକ ସର୍ଗାଡ ଗ୍ରାମର ଜଗନ୍ନାଥ ଯୁବ ପରିଷଦ, ଆଗଲପୁର ବ୍ଲକ ଭରସୂଜା ଗ୍ରାମର ଛେଲିଆପାଟ ହାଇସ୍କୁଲ, ଟିଟିଲାଗଡ ନରେନ୍ ଗ୍ରାମର ଆଦର୍ଶ ସାଂସ୍କୃତିକ ସଂଗଠନ, ପାଟଣାଗଡ ବ୍ଲକ ଖୁଣ୍ଟ ସମଲେଇ ଗ୍ରାମରେ ଏନ୍ ବି ହାଇସ୍କୁଲ, ସଇଁତଳା ବ୍ଲକର ବିକାଶ ସଦନ, ଗୁଡଭେଲ ବ୍ଲକ ର ଗୁଡଭେଲା ହାଇ ସ୍କୁଲ , ବେଲପଡ଼ା ବ୍ଲକ ଦିନ ରଘୁ ମେହେର ହାଇ ସ୍କୁଲ , ମାହେଶ୍ୱରୀ ସାମାଜିକ ଅନୁଷ୍ଠାନ ଟିକ୍ରାପଡ଼ା ବଲାଙ୍ଗିର, ପୁଇନ୍ତଳା ବ୍ଲକ୍ ମହିମୁଣ୍ଡା ହାଇସ୍କୁଲ,ମୁରି ବାହାଲ ବ୍ଲକ ସୁଲେକେଲା ର ଧରମସିଂ ହାଇ ସ୍କୁଲ , ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ, ଖପ୍ରାଖୋଲ ବ୍ଲକ ଯୁରିଆ ର ଏସ ଏସ ବି ଏମ୍, ତୁରେକେଲା ବ୍ଲକ ର ଚଟୁ ଅନକାର ଜବାହାରଲାଲ ନେହେରୁ ଆଦିବାସୀ କ୍ଲବ ପ୍ରମୁଖ । ବଲାଙ୍ଗୀର ଡି ଏଫ୍ ଓ ସେମାନଙ୍କ ଆଗକୁ ସହଯୋଗ କାମନା କରିଛନ୍ତି ଯେପରି ଯୁବକ ମାନଙ୍କ ସହଯୋଗ ଦ୍ୱାରା ବଲାଙ୍ଗିର ଜିଲ୍ଲାରେ ବନର ସୁରକ୍ଷା ସହିତ ପର୍ଯ୍ୟାବରଣ ସୁରକ୍ଷିତ ରହି ଉନ୍ନତି ହୋଇପାରିବ ।