
କନ୍ଧମାଳ ,କନ୍ଧମାଳ ଜିଲ୍ଲା ଖଜୁରିପଡା ଡାକ୍ତରଖାନା ରେ ଡାକ୍ତର ନଥିବାରୁ ମେଡିକାଲ ବନ୍ଦ ରହିବା ନେଇ ଲାଗିଛି ସୂଚନା ଫଳକ । ମେଡିକାଲକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଏଭଳି ସୂଚନା ଫଳକ ଦେଖି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ସୂଚନା ଫଳକ ସମ୍ପର୍କରେ ଦାୟିତ୍ୱରେ ଥିବା ଡାକ୍ତର ରଞ୍ଜନ କୁମାର ରାଉତରାୟଙ୍କୁ ପଚାରିବାରୁ ଓଲଟା ସାମ୍ବାଦିକଙ୍କୁ ଧମକ ପୂର୍ଣ୍ଣ କଥାବାର୍ତା କରୁଛନ୍ତି, ହେଲେ ମେଡିକାଲରେ ରୋଗୀ ସେବା ପାଇଁ ସରକାର ସବୁ ବ୍ୟବସ୍ଥା କରୁଥିବା କରୁଥିବା ପ୍ରଚାର ପ୍ରସାର କରୁଥିବା ବେଳେ ଏଠି କିନ୍ତୁ ମେଡିକାଲ ବନ୍ଦ ରହିଥିବା ନେଇ ଲାଗିଛି ସୂଚନା ଫଳକ ଏହା ଅବାନ୍ତର ଲାଗୁଥିଲେ ମଧ୍ୟ ଘଟଣା ସମ୍ପୂର୍ଣ ସତ୍ୟ ଅଟେ । ମେଡିକାଲରେ ଏଭଳି ସୂଚନା ଫଳକ କିଛିଦିନ ପୂର୍ବରୁ ଲାଗିଥିଲେ ମଧ୍ୟ କିଏ କାହିଁକି ଲଗାଇଛନ୍ତି ତାହା କେହି ମୁହଁ ଖୋଲୁ ନାହାନ୍ତି । ମେଡିକାଲ ଅଧିକାରୀ ଡାକ୍ତର ନିମାଇଁ ଚରଣ ବିଶି ଛୁଟିରେ ରହିଥିବା ବେଳେ କିଏ ଏହାକୁ ଲଗାଇଛି ତାହା ମେଡିକାଲ ରେ ଲାଗିଥିବା ସିସିଟିଭି ଦେଖିଲେ ଜଣାପଡ଼ିବ । କିନ୍ତୁ ଏନେଇ ଯଦି ଜଣେ କର୍ତବ୍ୟରତ ସାମ୍ବାଦିକ ଡାକ୍ତର ଙ୍କୁ ପଚାରିବାରୁ ଡାକ୍ତର ରଞ୍ଜନ କୁମାର ରାଉତରାୟ ତୁମେ କାହିଁକି ମେଡିକାଲ ଆସୁଛ ତମର କିଛି କାମ ନାହିଁକି ଅଲଗା କୁଆଡେ ଯାଇକି ଖବର ସଂଗ୍ରହ କରୁନ ବୋଲି କହିବା ସହ କଣ କରିବାର ଅଛି କର ବୋଲି କହିବା ସହ ସାମ୍ବାଦିକଙ୍କ ପରିଚୟ ମାଗିବା ବାହାନାରେ ଧମକ ପୂର୍ଣ୍ଣ କଥାବାର୍ତା କରିବା କେତେଦୂର ଯଥାର୍ଥ ତାହା ହିଁ ସ୍ୱାସ୍ଥ୍ୟସେବା ପ୍ରତି ଆଙ୍ଗୁଳି ଉଠୁଛି ।