
ଘସିପୁରା , ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ , ଆନନ୍ଦପୁର ଶାଖା ସମ୍ପାଦକ ଙ୍କ ଆହ୍ବାନକ୍ରମେ କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ଉପଖଣ୍ଡ ମହକୁମା ପକ୍ଷରୁଚିଠି ଲେଖାଯାଇଛି । ସର୍ବନିମ୍ନ ୯ହଜାର ଟଙ୍କା ପେନ୍ସନ ସହ ମହଙ୍ଗା ଭତ୍ତା ପ୍ରଦାନ , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଦ୍ଧିତ ପେନସନ ସହିତ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ନିଃଶୁଳ୍କ ଚିକିତ୍ସା ସେବା ଯୋଗାଇ ଦେବା ନେଇ ପୋଷ୍ଟକାର୍ଡ ଜରିଆରେ ଚିଠି ପ୍ରେରଣ କରାଯାଇଛି । ଜିଲ୍ଲା କମିଟି ପକ୍ଷରୁ ୧୦୦ରୁ ଅଧିକ ପୋଷ୍ଟ କାର୍ଡ ପଠାଯାଇଛି । ଜୁନ୍ ମାସ ମଧ୍ୟରେ ୧୦୦୦ରୁ ଅଧିକ ପୋଷ୍ଟକାର୍ଡ ଜିଲ୍ଲା କମିଟି ପକ୍ଷରୁ ପ୍ରେରଣ କରାଯିବ ବୋଲି ଜଣାପଡିଛି । ଏହି ଅବସରରେ ସମରସିଂ, ଦୁଃଶାସନ ବଳ, ଦାଶରଥି ଘଡେଇ, ଗୌରୀ କାନ୍ତ ସନ୍ଧିବିଗ୍ରହ ଥବିର ପ୍ରଧାନ , ନିରଞ୍ଜନ ରାଉତ ପ୍ରମୁଖଙ୍କ ଉପସ୍ଥିତିଥିଲେ ।