
ଘସିପୁରା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଶାସନ ର ସେବା, ସୁଶାସନ ଓ ଗରିବ କଲ୍ୟାଣ ଜନ ସମ୍ପର୍କ ଯାତ୍ରା ମେ ୩୧ ତାରିଖ ଠାରୁ ଜୁନ ୧୫ ଦିନ କାଯ୍ୟକ୍ରମ ଅବସରରେ ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତର ବାରୁଆଁ ଗ୍ରାମ ଠାରେ ବିଜେପି ତରଫରୁ ଅନୁସୂଚିତ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଏହି ସମାବେଶରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ୮ ବର୍ଷ ଶାସନ କାଳରେ ଆଦିବାସୀ ମାନଙ୍କ ର ଅର୍ଥନୈତିକ ଭିତ୍ତିଭୂମିର ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କ୍ଷେତ୍ରରେ ବ୍ୟାପକ ବିକାଶ କରାଯାଇଥିବା ତାକଂ ଭାଷଣରେ କହିଥିଲେ । ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ କୁମାର ସେଠୀ ତାଙ୍କ ଭାଷଣରେ ଅନୁସୂଚୀତ ଜାତି ର ଲୋକମାନଙ୍କ ର ଅଭୂତପୂର୍ବ ବିକାଶ ହେଇଥିବା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ, ବିଜେପି ଜିଲ୍ଳା ଉପସଭାପତି ନିରାକାର ଦଳେଇ, ଶାଳବଣି ମଣ୍ଡଳ ସଭାପତି ଟୁକୁନା ମହାନ୍ତ, ପ୍ରଶାନ୍ତ କୁମାର ମହାପାତ୍ର, ସୁକାନ୍ତ ଯେନା, ପ୍ରହଲ୍ଲାଦ ନାୟକ, କାଳନ୍ଦି ଚରଣ ସାହୁ, ମଣି ପ୍ରଧାନ, ସନ୍ୟାସୀ ପାତ୍ର, ବିଶ୍ୱନାଥ ନାୟକ, ପ୍ରାଣବନ୍ଧୁ ସାହୁ ପ୍ରମୁଖ ନେତୃବୃନ୍ଦ କଂ ସମେତ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।