
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀ-ଜି ମଣ୍ଡପ ଠାରେ ଆଜି ଏସ.ସି ମୋର୍ଚ୍ଚା ତରଫରୁ କେନ୍ଦ୍ର ସରକାରଙ୍କ ସେବା-ସୁଶାସନ-ଗରିବକଲ୍ୟାଣ କାର୍ଯ୍ୟକ୍ରମ ପକ୍ଷ ପାଳନ କ୍ରମରେ ଆୟୋଜନ ହୋଇଥିଲା । ଉକ୍ତ ସଭାରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ଶ୍ରୀ ହିତେଶ କୁମାର ବଗର୍ତ୍ତି ,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦେଵ ଦେଵ ସିଂହ ଦେଓ ମୁଖ୍ୟ ବକ୍ତା ରୂପେ ସଭାକୁ ସମ୍ବୋଧନ କରିଥିବା ବେଳେ ପୂର୍ବତନ ଜିଲ୍ଲା ସଭାପତି, କେନ୍ଦ୍ର ପରିଷଦ ସଦସ୍ୟ ଶ୍ରୀ ଶିବ ପ୍ରସାଦ ମୁଣ୍ଡ, ଜିଲ୍ଲା ପୂର୍ବତନ ସଭାପତି ଶ୍ରୀ ଅତିଦ୍ରଜିତ ସିଂ, ଜିଲ୍ଲାର ପୂର୍ବତନ ବରିଷ୍ଠ ଉପସଭାପତି ଶ୍ରୀ ପୃଥ୍ୱୀରାଜ ମାହାନ୍ତି ମୋଦି ସରକାରଙ୍କର ଆଠ ବର୍ଷର ସମର୍ପିତ ସେବା- ସୁଶାସନ ତଥା ସମସ୍ତଙ୍କର ସାଥେ- ସମସ୍ତଙ୍କର ବିକାଶରେ ଲୋକାର୍ପିତ ହୋଇଥିବା ଜନପ୍ରିୟ ଯୋଜନା, ପ୍ରାଧାନ୍ୟତା ପୂର୍ବକ ଗରିବ କଲ୍ୟାଣକାରୀ -ଅନ୍ତର୍ଦ୍ୱୟ ସଫଳ ସହଯୋଗୀ ପଦକ୍ଷେପ ଗୁଡାକ ବିଷୟରେ ଆଲୋଚନା ପୂର୍ବକ ମାର୍ଗଦର୍ଶନ କରିଥିଲେ । ସମସ୍ତ ଗରିବ ପରିବାରଙ୍କୁ ମାଗଣା- ଚାଉଳ, ପିଏମ ଆବାସ,ଶୌଚାଳୟ, ଉଜ୍ବଲା ଗ୍ୟାସବିଜୁଳି-ପିଇବାପାଣି-ସ୍ୱାସ୍ଥ୍ୟ ସେବା -କରୋନା ଭଳି ମହାମାରୀରୁ ରକ୍ଷାପାଇ ଟୀକାକରଣ, ସ୍ୱତନ୍ତ୍ର ସୁରକ୍ଷା ଯୋଜନା, ଜନ ଔଷଧି,ବିଶାଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ହେଲଥ ସେଟର ପ୍ରତିଷ୍ଠା ,ସ୍ୱାସ୍ଥ୍ୟ ବୀମା-ଶିଶୁ ଓ ମହିଳାଙ୍କ ପ୍ରତି ବିଶେଷ ଧ୍ୟାନ, ହାତକୁ ଏମଜିଏନ ଆର ଜି ଏସ କାମ, ପ୍ରତେକ ଜମିକୁ ପାଣି-ପିଏମ କୃଷି ସିଚୟି ଯୋଜନା,ମାଟି ପରୀକ୍ଷଣ- ରିହାତି ସାର-ଔଷଧ ଓ କୃଷିଯନ୍ତ୍ରପାତି ରିହାତି ଯୋଗାଣ-କିଷାନ କ୍ରେଡିଟ କାର୍ଡ,ଧାନର ଏମ ଏସ ପି ଦର ରେ ୪୩%ବୃଦ୍ଧି , ରାଷ୍ଟ୍ରୀୟ ଶିକ୍ଷା ନୀତି , ଶିଳ୍ପାୟନ ନୀତି, ମୁଦ୍ରା ଯୋଜନାରେ ଋଣ, ଏସ ଏଚ ଜି ଓ ଷ୍ଟାଣ୍ଡପ ଇଣ୍ଡିଆ ମାଧ୍ୟମରେ ମହିଳା ସଶକ୍ତି କରଣ ଆଦି ବହୁ ଜନ ପ୍ରିୟ ଯୋଜନା ମାଧ୍ୟମରେ ଦେଶର ପ୍ରାୟ ସବୁ ପରିବାର ଉପକୃତ ହେଇଛନ୍ତି ତାହା ହିଁ ମୋଦି ସରକାରର ଉପଲବ୍ଧି ।
ପରନ୍ତୁ ଆମରି ରାଜ୍ୟ ସରକାରଙ୍କର ଵିଭାତୃକ ଭେଦ ପାଇଁ ଆୟୁଷମାନ ଭାରତ ମାଗଣା ସ୍ୱାସ୍ଥ୍ୟସେବା ଯୋଜନାରୁ ଓଡ଼ିଶାବାସୀ ବଂଚିତ ହୋଇଥିବା ବେଳେ ପି ଏମ କୃଷକ ସମ୍ମାନ ନିଧି ଅନେକ ଚାଷୀ ବଂଚିତ -ପିଏମ ଆବାସ ଯୋଜନା କ୍ଷେତ୍ରରେ ଦୁର୍ନୀତି ସହ ସରକାରୀ କଳର ରାଜନୈତିକରଣ ବାସ୍ତବରେ ନିନ୍ଦନୀୟ ବିଷୟ ଅଟେ ବୋଲି ଚର୍ଚା ହୋଇଥିଲା । ଆମ ସମ୍ବିଧାନର ପ୍ରଣେତା ଡ଼ ଆମ୍ବେତ୍କାର ପ୍ରତି କଂଗ୍ରେସ ସରକାର ଅଣଦେଖା ଓ ପ୍ରତାରିତ ବ୍ୟବହାର ବାସ୍ତବରେ ଅକ୍ଷମନୀୟ । ଦେଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଓ ଆଦର୍ଶକୁ ହୃଦବୋଧ କରି ବିଳମ୍ବରେ ହେଲେ ମଧ୍ୟ ମରଣତ୍ତୋର ଭାରତ ରତ୍ନ ଉପାଧିରେ ସମ୍ମାନିତ କରି ଭାଜପା ସରକାର ନିଜକୁ ଧନ୍ୟ ମନେ କରୁଥିବା ବେଳେ ଏସ ସି ସମ୍ପ୍ରଦାୟର ଉଥାନ-ସଶକ୍ତି କରଣ ପାଇଁ ଅନେକ ଯୋଜନା ଲୋକାର୍ପିତ କରିସାରିଛି । ମୋଦି ସରକାର ଡ଼ ଆମ୍ବେତ୍କରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ପାଞ୍ଚ ତୀର୍ଥ-ପ୍ରତିଷ୍ଠା କରିଛି । ଦେଶର ରାଷ୍ଟ୍ରପତି-ଲୋକସଭା ବାଚସ୍ପତ୍ତି -ସର୍ବୋଚ୍ଚନ୍ୟାୟାଲୟର ଜଷ୍ଟିସ ଆଦି ଦେଶର ସମ୍ମାନ ଜନକ ଉଚିତ ପଦ-ମର୍ଯ୍ୟାଦା-ଉତ୍ତରଦାୟିତ୍ୱ ଦେଇ ଏସ ସି ସମ୍ପ୍ରଦାୟ ପ୍ରତି ପ୍ରେରଣା ସୃଷ୍ଟି କରିବାରେ ସହାୟକ ହୋଇ ପାରିଛି । ଦେଶ ଓ ଅଂଚଳର ବିକାଶର ସହ ସମତାଳ ଦେଇ କେମିତି ଏସ ସି ସମ୍ପ୍ରଦାୟ ବି ଆଗେଇବ ସେଥିପ୍ରତି ମୋଦି ସରକାରଙ୍କର ପ୍ରତିବଦ୍ଧତାକୁ ସମସ୍ତେ ପ୍ରଶାସଂଶା କରିଥିଲେ । ଉକ୍ତ ସଭାରେ ଏସ ସି ମୋର୍ଚ୍ଚାର ପ୍ରଭାରୀ ଶ୍ରୀ ଜ୍ଞାନ ମେଘ କାର୍ଯ୍ୟକ୍ରମ ସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏସ ସି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କେଦାର ଜଗତ ସଭାପତିତ୍ୱ କରିଥିଲେ । ବିଧାନସଭା ସ୍ତରୀୟ ପଞ୍ଚଶହରୁଧିକ କାର୍ଯ୍ୟକର୍ତାଙ୍କର ଯୋଗଦାନ ପୂର୍ବକ ଉତ୍ସାହିତ ହୋଇଥିଲେ ଏବଂ ଆଲୋଚ୍ୟ ମୋଦି ସରକାରଙ୍କର ଆଠ ବର୍ଷ ସଫଳ-କାର୍ଯ୍ୟକ୍ରମକୁ ଲୋକାଭିମୁଖୀ-ସୂଚନା-ସଚେତନ କରିବା ପାଇଁ ସଂକଳ୍ପ ନେଇଥିଲେ ।