ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଚେତନ ଟ୍ରେଡର୍ସ ନାମକ ଏକ ଦୋକାନର ମାଲିକଙ୍କ ବ୍ୟାଙ୍କ ଆକାଉଂଟରୁ ୮୩ଲକ୍ଷ ଟଙ୍କା ହଡ଼ପ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦିଲୀପ ନାୟକଙ୍କୁ ପୋଲିସ ସୋମବାର ରାତିରେ ଗିରଫ କରିଛି । ଦୋକାନ ମାଲିକ ଭାଟପଡ଼ା ଗ୍ରାମର ବିବେକାନନ୍ଦ ନାୟକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୨ଜଣ କର୍ମଚାରୀ ତାଙ୍କ ଆକାଉଂଟରୁ ୮୩ଲକ୍ଷ ଟଙ୍କା ହଡ଼ପ କରିଥିଲେ । ଦୋକାନର ମାଲିକ ଶ୍ରୀ ନାୟକ ଜୁଲାଇମାସ ୨୮ ତାରିଖରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ୩୩୨/୧୯ରେ ଏକ ମକଦ୍ଦମା ରୁଜୁ କରି ଦୋକାନର କର୍ମଚାରୀ ଦୋଳସାହି ଗ୍ରାମର ପ୍ରିୟରଞ୍ଜନ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ପୋଲିସ ପ୍ରିୟରଞ୍ଜନକୁ ଅଧିକ ପଚରା ଉଚୁରା କରିବା ପାଇଁ ୩ଦିନ ରିମାଣ୍ଡରେ ଆଣିଥିଲା । ଏଥିସହ ପୋଲିସ ଅଭିଯୁକ୍ତର ଘର ଉପରେ ଚଢଉ କରି ଦୋକାନର ଜାଲିଆତି ସମ୍ପର୍କିତ ବହୁ ବ୍ୟାଙ୍କ କାଗଜ ପତ୍ର, ଇଲୋଟ୍ରୋନିକ୍ସ ସାମଗ୍ରୀ ସହିତ ଜମି ଓ ସୁନାରୂପା କ୍ରୟ ସମ୍ପର୍କିତ କାଗଜପତ୍ର ଜବତ୍ କରିଥିଲା । ଏହାଛଡ଼ା ଏହି ହଡ଼ପ ଘଟଣାରେ ସମ୍ପୃକ୍ତ ଥିବା ଦିଲୀପର ସ୍ତ୍ରୀ ସୀମା ଭାର୍ଗବୀ ସେନାପତିଙ୍କୁ ମଧ୍ୟ ପୋଲିସ ପୂର୍ବରୁ ଗିରଫ କରିଥିଲା । ତେବେ ଘଟଣା ପରେ ଦିଲୀପ ଫେରାର ହୋଇ ଯାଇଥିବାରୁ ପୋଲିସ ତାକୁ ଗିରଫ କରିପାରିନଥିଲା । ସେ ଗାଁରେ ଥିବା ଖବର ପାଇବା ପରେ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିବା ଜଣାଯାଇଛି ।
Related Stories
November 24, 2024
November 24, 2024