ଗଞ୍ଜାମ, ଗଞ୍ଜାମ ଜିଲାପାଳଙ୍କ ଅଫିସ ସାମନାରେ ଥିବା ରେକର୍ଡ ରୁମରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ଏଠାକୁ ବିଭିନ୍ନ ରେକର୍ଡର ଡକ୍ୟୁମେଂଟର କପି ନେବାକୁ ଦୂରଦୁରାନ୍ତରୁ ଆସୁଥିବା ବ୍ୟକ୍ତିବିଶେଷମାନେ ଅନେକ ସମୟରେ ହଟହଟାର ସମ୍ମୁଖୀନ ହେଉଛନ୍ତି । ସେଠାରେ ଅପେକ୍ଷା କରିବାକୁ ଆଗନ୍ତୁକଙ୍କ ନିମନ୍ତେ ବସିବା ପାଇଁ ଜାଗାନାହିଁ, ଚେୟାର କିମ୍ବା ବେଂଚର ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ଲୋକମାନେ କାର୍ଯ୍ୟାଳୟ ବାହାରେ ମୁକ୍ତାକାଶ ତଳେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି । ଏପରିକି ଏଠାରେ କର୍ମଚାରୀଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ଚେୟାର ଟେବୁଲ ନଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିପ୍ରତି ଦୃଷ୍ଟିଦେବା ସହ ସମସ୍ୟାର ସମାଧାନ ଦିଗରେ ବିହୀତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
Related Stories
November 23, 2024