
ଭଦ୍ରକ, ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ଵରେ ଭଦ୍ରକ ରେଳଷ୍ଟେସନ ଠାରେ ମେମୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି ।
ଆନ୍ଦୋଳନକାରୀଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ବାଲେଶ୍ଵର ପରିବର୍ତେ ପୂର୍ବରୁ ଯେପରି ଏହି ମେମୁ ଟ୍ରେନ୍ ଟି ଭଦ୍ରକରୁ ଛାଡୁଥିଲା ସେପରି ଛାଡୁ । ରେଳବାଇ କର୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଯୋଗୁଁ ଭଦ୍ରକ ଜିଲ୍ଲାବାସୀ ମେମୁ ଟ୍ରେନ୍ ରେ ସିଟ୍ ପାଇ ପାରୁନାହାନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ଦଳମତ ନିର୍ବିଶେଷରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଆନ୍ଦୋଳନକୁ ସଫଳ କରାଇଥିବାରୁ ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଯଦି ଦାବି ପୂରଣ ନ ହୁଏ, ତେବେ ଆସନ୍ତା ମାସ ୬ ତାରିଖ ସକାଳ ୬ଟା ବେଳେ ପୁଣି ମେମୁ ଟ୍ରେନ ରୋକ କରାଯିବ ବୋଲି ଶ୍ରୀ ପଲେଇ ଆହ୍ଵାନ କରିଛନ୍ତି ।