
ଭୁବନେଶ୍ବର, ଭୁବନେଶ୍ବର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ମଙ୍ଗଳବାର ଦିନ ଇଏସଆଇ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ – ଆଜି ଇଏସଆଇ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆୟୋଜିତ ପାକ୍ଷିକ କାର୍ଯ୍ୟକ୍ରମ ଉଦଘାଟନ ଉତ୍ସବରେ ଯୋଗଦେଲି l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସରେ ଭାରତୀୟ ଯୋଗ ଆଜି ଅନ୍ତର୍ଜାତୀୟ ସ୍ତରରେ ଆଦୃତ l ଏହି ଅବସରରେ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରମ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ଯାଦବଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନକରୁଛି l