ଭୁବନେଶ୍ବର, ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମଙ୍ଗଳବାର ଦିନ ପୁଣି ଏକ ଭିଡିଓ ପୋଷ୍ଟ କରିଛନ୍ତି । ଆଜି ପୋଷ୍ଟ କରିଥିବା ଭିଡିଓରେ ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ମରିବାକୁ ଆଉ ଡରାଅନି। ତୁମେ ମୋତେ ମାରି ସାରିଲଣି। ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି। ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ । ସେ ଆହୁରି କହିଛନ୍ତି, ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୁରଣ ହେବ। ଏହାପରେ ମୁଁ ଆଉ କିଛି କହି ପାରିବିନି। ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟୋଦୟ ହେବ। କିନ୍ତୁ ଏକଥା ସେ କାହା ଉଦ୍ଦେଶ୍ୟରେ କହିଛନ୍ତି, ତାହା ଏହି ଭିଡିଓରେ ସ୍ପଷ୍ଟ କରିନାହାନ୍ତି।
Related Stories
November 24, 2024
November 24, 2024