-
ଏ ସମ୍ପର୍କିତ ମାମଲାକୁ ଖାରଜ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କଟକ, ଆସନ୍ତା 12 ତାରିଖ ଦିନ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା କ୍ରିକେଟ ମ୍ୟାଚକୁ ନେଇ ଦ୍ବନ୍ଦ ଦୂର ହୋଇଛି । ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ବନ୍ଦ କରିବାକୁ ହାଇକୋର୍ଟରେ ଯେଉଁ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା, ତାକୁ ଓଡ଼ିଶା ଉଚ୍ଚ ନ୍ୟାକୟାଳୟ ଖାରଜ କରିଛନ୍ତି।
ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ନ ଥିବା ଉଲ୍ଲେଖ କରି ଦର୍ଶକଙ୍କ ସୁରକ୍ଷା ପାଇଁ ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ମ୍ୟାଚରେ ଦର୍ଶକଙ୍କୁ ଗ୍ୟାଲେରିକୁ ଅନୁମତି ନଦେବାକୁ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର କରାଯାଇଥିଲା ।
ଏହି ଦୁଇ ପ୍ରମାଣପତ୍ର ନମିଳିବା ପର୍ଯ୍ୟନ୍ତ ବାରବାଟୀରେ କୌଣସି ଆନ୍ତର୍ଜାତିକ ମ୍ୟାଚ ନକରିବାକୁ ଓଡ଼ିଶା କ୍ରିକେଟ ସ˚ଘ ଓ ଓଡ଼ିଶା ଅଲିମ୍ପିକ ସ˚ଘକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ।
ତେବେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି ଓ , ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ରାଜ୍ୟ ସରକାର ପୂର୍ଣ୍ଣ କ୍ଷମତାରେ ଦର୍ଶକଙ୍କୁ ଖେଳ ଉପଭୋଗ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।