ଭଦ୍ରକ – ପବିତ୍ର ରାହସ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରାଜ୍ୟର ଅନ୍ୟତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଥିଲା ଉତ୍ସବମୁଖର । ବିଶେଷକରି ମଣିବାବାଙ୍କ ହରଗୈାରୀ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ୩୦ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ । ଅଗଣିତ ଭକ୍ତମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ସହ ଜିଲା ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ପୀଠରେ । ମନ୍ଦିରର ଦୈନଦିନ ନୀତିନିର୍ଘ୍ୟଂଟର ସାମନ୍ୟ ପରିବର୍ତନ କରାଯାଇ ଏକଘଂଟା ପୂର୍ବରୁ ଅର୍ଥାତ ରାତ୍ର ସାଢେ ୩ଟାରେ ମନ୍ଦିର ଦ୍ୱାର ଫିଟା ହେବା ପରେ ଅନୁଷ୍ଠିତ ହୋଇଥିଲା ରାହସ ପୂର୍ଣ୍ଣିମାର ନୀତିକାନ୍ତି । ପହିଲି ନୀତିକାନ୍ତି ଅନୁଯାୟୀ ଭୋର ୪ଟାରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ଆଦି କରାଯିବା ସହିତ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହୁଲୁ ବାଲ୍ୟଭୋଗ ଓ ଖେଚୁଡି ନୀତି(ବଢାଭାତ)ଲାଗି କରାଯାଇଥିଲା । ସକାଳ ୫ଟା ଠାରୁ ଦିବା ୧ଟା ପର୍ଯ୍ୟନ୍ତ ସାହଣ ମେଲା ରହିବା ସହିତ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତ ଓ ପର୍ଯ୍ୟଟକମାନେ ଦର୍ଶନ ଓ ମାନସିକ ସ୍ୱରୁପ ପ୍ରସିଦ୍ଧ ଘର୍ଷଣଭୋଗ ଲାଗି କରିଥିଲେ । ଏପରିକି ଶ୍ରଦ୍ଧାଳୁଭକ୍ତମାନଙ୍କ ହରିବୋଲ-ହୁଳହୁଳିିରେ ସମଗ୍ର ଆରଡିପୀଠ ହୋଇ ଉଠିଥିଲା ଆଧ୍ୟାତ୍ମିକ ମୟ । ବିଶେଷକରି ସଂକିର୍ତନମଣ୍ଡଳୀଙ୍କ ନାଚ-ଗୀତରେ କମ୍ପି ଉଠିଥିଲା ମନ୍ଦିର ପରିସର । ଦିବା ୧ଟା ସୁଧା ସମସ୍ତ ସକାଳ ଧୂପ ସରିବା ପରେ ମଣିବାବାଙ୍କୁ ପଂଚୁକ ନୀତି ଅବସରରେ ପଂଚାନନ ବେଶ କରାଯାଇ ବଡନୀତିଭୋଗ ଲାଗି କରାଯାଇ ଏକଘଣ୍ଟା ଅବକାଶନୀତି(ଶୟନ) କରାଯାଇଥିଲା । ଅନ୍ୟପଟେ ଏକମାସ ହଭିଷ ବ୍ରତରେ ଥିବା ହଭିଷାଳିମାନେ ମଣିବାବଙ୍କୁ ପହିଲୁ ଦର୍ଶନ କରିବା ସହିତ ମଣିବାବଙ୍କ ଶିବଗଙ୍ଗା ପୁଷ୍କରିଣୀ ଓ ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ଚନ୍ଦନ ପୁଷ୍କରିଣୀରେ ଡଙ୍ଗା ଭସାଇଥିଲେ । ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ବିଭିନ୍ନ ଅଳଙ୍କାର ସମେତ ଫୁଲ, ଚନ୍ଦନ, ବେଲ୍ୱପତ୍ର ଆଦିରେ ଆଖଣ୍ଡଳମଣିଙ୍କୁ “ହର” ଓ ମାତା ପାର୍ବତୀଙ୍କୁ “ଗୈାରୀ” ବେଶରେ ସଜ୍ଜିତ କରାଯିବା ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସାହଣ ମେଲା କରାଯାଇଥିଲା । ମଣିବାବାଙ୍କର ଏହି ‘ହରଗୈାରୀ’ ବେଶ ବର୍ଷକରେ ଥରେ ହୋଇଥିବାରୁ ହରଗ÷÷ାରୀଙ୍କ ଯୁଗଳ ମୂର୍ତୀ ଏହି ଦିନରେ ଭକ୍ତମାନେ ଦର୍ଶନ କରିଥାନ୍ତି । ଦର୍ଶନ ନିମନ୍ତେ ବହୁ ଭକ୍ତ ମାନସିକ ରଖିିଥାନ୍ତି । ଯାହାକି ଏହି ବେଶ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଭକ୍ତଙ୍କ ବଶ୍ୱାସ ରହିଛି । ଶ୍ରଦ୍ଧାଳୁ ଭକ୍ତମାନଙ୍କର ଦର୍ଶନ ଓ ମାନସିକ ପୂଜା ନିମନ୍ତେ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ମନ୍ଦିରର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ, ଜିଲା ପ୍ରକଳ୍ପ ନିର୍ଦେଶକ, ପରିଚାଳକ ବିଦ୍ୟାଧର ପଲାଇ ମନ୍ଦିର ମଧ୍ୟରେ ସମସ୍ତ ନୀତିକାନ୍ତି ବାବଦରେ ସେବାୟତମାନଙ୍କ ସହ ଆଲୋଚନା କରିବା ସହ ଯେପରି ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ପୂଜାର୍ଚ୍ଚନା ଓ ଦଶ୭ନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ପ୍ରତି କଡା ନଜର ରଖିଥିଲେ । ସେହିପରି ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ ସିଂ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ଠାରୁ ନଦୀ ଘାଟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଆସି ମଣିବାବାଙ୍କୁ ଦର୍ଶନ କରିବେ ସେଥିପାଇଁ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ଛାତ୍ରଛାତ୍ରୀଙ୍କ ଦ୍ୱାରା ସେବା ଯୋଗାଇ ଦି।।୍ାଇଥିଲା । ଅନ୍ୟପଟେ ମନ୍ଦିର ଗର୍ଭଗୃହ ଓ ଚତୁପାର୍ଶକୁ ଉଜ୍ୱଳ ଆଲୋକ ଓ ରଙ୍ଗ ବେରଙ୍ଗ ଫୁଲରେ ସଜ୍ଜିତ କରାଯାଇଥିଲା । ପୀଠରେ ଥିବା ଜଳପଥ ବୈତରଣୀ ଓ ସାଳନ୍ଦୀ ନଦୀର ମୁଆଁ -ତିନିତର ସହ ଧାନଖଣିଆ ଘାଟରେ ବହୁ ଭକ୍ତ ନଦୀ ପାରି ହୋଇ ଆସୁଥିବାର ଦେଖିବାକୁ ମିଳିଥିଲା । ଏଥିପାଇଁ ନଦୀର ଉଭୟ ପାଶ୍ୱର୍ରେ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ନଦୀ ପାରି ହେବା ପାଇଁ ଅତିରିକ୍ତ ମଟର ବୋଟ ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ପୀଠ ସମେତ ବିଭିନ୍ନ ଦେବାଦେବୀଙ୍କ ପୀଠରେ ପଞ୍ଚୁକବ୍ରତ ତଥା ରାହାସ ପୂର୍ଣ୍ଣମୀ ନୀତିକାନ୍ତି ମହାଆଡମ୍ବର ସହ ପାଳିତ ହୋଇଯାଇଛି । ମଠଡିହ ପତିତପାବନ ମନ୍ଦିର, ପହଣା ଜଗନ୍ନାଥ ମନ୍ଦିର, ଭୁଇଁପୁର, ନାନ୍ଦପୁର, କୋଇଲିଖା, ସୁନ୍ଦରପୁର, ଦୋହରାପାଟଣଣା, ଆଦି ଆଖପାଖ ଗ୍ରାମରେ ଧୁମଧାମର ସହ ପାଳିତ ହୋଇଯାଇଛି ରାହସ ପୂର୍ଣ୍ଣିମା ଡଙ୍ଗାବସା ପର୍ବ । ଆରଡିପୀଠରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ରାହସ ପୂର୍ଣ୍ଣିମା ନୀତି ବେଶ ଧୁମଧାମର ସହ ପାଳିତ ହୋଇଯାଇଛି । ପବିତ୍ର ଅଳାଁନବମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥିବା ଭାଗବତ ପାରାୟଣ ସମାପନ କରାଯିବା ସହିତ ୩ଦିନ ଧରି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିସହ ମନ୍ଦିରେ ମଧ୍ୟରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯାଇ ଭକ୍ତମାନଙ୍କ ଉଦ୍ୟେଶରେ ସାହଣ ମେଲା କରାଯାଇଥିଲା ।
Related Stories
November 24, 2024
November 24, 2024