
ପୁରୀ, ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ ତେଇଶିପୁର ପେଟ୍ରୋଲ ଟାଙ୍କି ନିକଟ ଏକ ବିଲରୁ ଆଜି ଏକ ମଣିଷକଙ୍କାଳ ମିଳିଥିବା ଦେଖିବାକୁ ମିଳିଛି। ବିଲରେ ଚାଷ ହେଉନଥିବାରୁ ବହୁ ଦିନରୁ ବୁଦା ଓ ଲଟିରେ ପରିପୂର୍ଣ୍ଣ ଥିଲା। ବିଲ ସଫା କରିବା ପାଇଁ ବିଲ ମାଲିକ ଜେସିବି ଲଗାଇ ସଫା କରୁଥିଲେ। ଏହି ସମୟରେ ବିଲରୁ ନରକଙ୍କାଳ ମିଳିଥିଲା। ଘଟଣା ଜାଣିବା ପରେ ସ୍ଥାନୀୟ ଲୋକେ ନରକଙ୍କାଳ ଦେଖିବାକୁ ସେଠାରେ ଭିଡ ଲଗାଇଥିଲେ।