ମାଲକାନଗିରି, ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଉପାନ୍ତ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପଲୁର ପଞ୍ଚାୟତ ଯୋଡାପୁଟ ଗ୍ରାମର ୬୦ରୁ ଉର୍ଦ୍ଧ୍ଵ ଆଦିବାସୀ ପରିବାର ପାନୀୟ ଜଳ ପରି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବାର ଦେଖିବାକୁ ମିଳିଛି । ଗ୍ରାମରେ ୩ଟି ନଳକୂପ ଥିଲେ ମଧ୍ୟ ଖରାଦିନେ ସେଥିରେ ପାଣି ବାହାରୁ ନାହିଁ। ସେଥିପାଇଁ ସେଠାରେ ସରକାର ଏକ ସୋଲାର ପଏଣ୍ଟ ୪ ଵର୍ଷ ତଳେ ବସାଇଥିଲେ, ମାତ୍ର ତାହା ୨ ମାସ ଚାଲିବା ପରେ ଏ ପର୍ଯ୍ୟନ୍ତ ବନ୍ଦ ଅଵସ୍ଥାରେ ପଡ଼ି ରହିଛି । ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ହେଲେ ସମସ୍ୟା ଯାହାକୁ ତାହା। ଏନେଇ ଗ୍ରାମଵାସୀ ମାନେ ବ୍ୟକ୍ତିଗତ ଓ ଶ୍ରମଜୀବି ଓ ମହିଳା ଶ୍ରମଜୀବି ସଙ୍ଗଠନର ଆମ ପାଇଁ ପାଣି ଅଭିଯାନ ମାଧ୍ୟମରେ ବହୁ ବାର ପଞ୍ଚାୟତ ଵ୍ଲକ ସ୍ତରରେ ଜଣାଇଥିଲେ ମଧ୍ୟ ତାହାର ସୁଫଳ ମିଳୁ ନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଗ୍ରାମରେ ପିଇବା ପାଣି ମୁନ୍ଦାଏ ପାଇଁ ବହୁତ ବାଟ ଚାଲି ଚାଲି ଯାଇ ଚୁଆରୁ ପାଣି ଆଣୁଥିବା ଗ୍ରାମର ଭୀମ ହନ୍ତାଳ, ପୂର୍ଣ୍ଣିମା ଖରା, ସମରା ଖିଲ, ବିଶୁ କିଣ୍ଡାଲ, ମଙ୍ଗଳା ହନ୍ତାଳ ପ୍ରମୁଖ ଗ୍ରାମଵାସୀ ମାନେ କହିଛନ୍ତି । ଆଗାମୀ ଦିନରେ ଏହାର ତୁରନ୍ତ ସମାଧାନ ପାଇଁ ସେମାନେ ଦାଵୀ କରିଛନ୍ତି ।
Related Stories
November 23, 2024