ମାଲକାନଗିରି – ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ ପକ୍ଷରୁ ଶିକ୍ଷା ସ୍ୱାସ୍ଥ୍ୟ ଆମ ଅଧିକାର ଜବାବ ଦିଅ ମୋ ସରକାର ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଆଜି ଏକ ମୋଟର ସାଇକେଲ ଶୋଭାଯାତ୍ରା ସଂଗଠନର ସଭାପତି ଘାସିରାମ ଗୁଟାଙ୍କ ନେତୃତ୍ୱରେ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ବାହାରି ନଗର ପରିକ୍ରମା କରିଥିଲା । ଗତ ବୁଧଵାର ଦିନ ଗୋଵିନ୍ଦପାଲୀ ଜଗନ୍ନାଥ ମନ୍ଦିର ଠାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏହାର ଶୁଭାରମ୍ଭ କରିଥିଲେ । ସଂଗଠନର ଜିଲ୍ଲା ସଭାପତି ଘାସିରାମ ଗୁଟା, ମାଥିଲି ଵ୍ଲକ ସଭାପତି ଭାଗିରଥି ପାଟନିଆ, ଖଇରପୁଟ ଵ୍ଲକ ସଭାପତି ରେଲି ଖିଲ, କାଲିମେଳା ଵ୍ଲକର ମଣିମା ପାଙ୍ଗି, ଡାଇନା ମାଢୀ, ରାମ ବଡନାୟକ, ମୁକୁନ୍ଦ ମାଡକାମୀ, ମଦନ ହନ୍ତାଳ, ଗୋବର୍ଦ୍ଧନ ପାଙ୍ଗି ପ୍ରମୁଖଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ଏହି ଶୋଭାଯାତ୍ରା ଜିଲ୍ଲାର ୭ ଗୋଟି ବ୍ଲକର ୧୪୦ଟି ସ୍ୱାସ୍ଥ୍ୟକେନ୍ଦ୍ର, ୧୪୦ଟି ଶିକ୍ଷାକେନ୍ଦ୍ରର ଅନୁଧ୍ୟାନ କରିବା ସହିତ ଜନ ସଚେତନତା ମାଧ୍ୟମରେ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ କିପରି ଆମ ଜିଲ୍ଲାରେ ଚାଲିଛି, ଶିକ୍ଷା ଅଧିକାର ଆଇନ କିପରି କାର୍ଯ୍ୟକାରି ହେଉଛି, ସ୍ୱାସ୍ଥ୍ୟ ସୁଵିଧା କିପରି ମିଳୁଛି ସେ ବିଷୟରେ ଆଗାମୀ ନଭେମ୍ବର୧୫ ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଠାରୁ ଭୁଵନେଶ୍ୱର ସାଇକେଲ ଶୋଭାଯାତ୍ରା କରାଯିବ । ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ସରକାରଙ୍କୁ ଦାବି ଜଣାଇବ ସଂଗଠନ ।