ବଲାଙ୍ଗିର, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶନିବାର ପ୍ରଭୁ ଧବଳେଶ୍ଵରଙ୍କ ମନ୍ଦିରରୁ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କୁ ବର ପିତାମାତା ଏବଂ କନ୍ୟା ପିତାମାତା ପୂଜାର୍ଚ୍ଚନା କରି ନିଜର ଘରକୁ ନେଇଥିଲେ। ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ବରେ ବର ପିତାମାତାଙ୍କ ସହ ସହରବାସୀ ବରଯାତ୍ରୀ ହୋଇ ପ୍ରଭୁ ଶିବଙ୍କ ପିତାମାତା, ସମ୍ପର୍କୀୟ ମାନେ ଡ଼ିଜେ ଏବଂ ବାଜାର ତାଳେ ତାଳେ ନାଚି ନାଚି କନ୍ୟା ପିତାମାତା ଥିବା ହାଟପଦା ପଡ଼ାର ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ, ହାଟପଦା ପଡ଼ା ପ୍ରହରୀ ମଣ୍ଡପରେ ପହଞ୍ଚିଲେ ବରଯାତ୍ରୀ। ପରେ ଶିବ ବିବାହ ଅନୁଷ୍ଠିତ ହୋଇଥିଲା।
ବରଯାତ୍ରୀ ମଣ୍ଡପ ଠାରେ ପହଞ୍ଚିବା ପରେ କନ୍ୟା ଘର ଲୋକେ ପ୍ରଭୁ ଶିବ ଏବଂ ସାଙ୍ଗରେ ଥିବା ପରିବାର ବର୍ଗଙ୍କୁ ବିବାହ ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ। ପଣ୍ଡିତ ନେତ୍ରା ନନ୍ଦ ମିଶ୍ର ଏବଂ ଅଶୋକ ରଥଙ୍କ ମନ୍ତ୍ର ଉଚ୍ଚାରଣରେ ପୂଜା କାର୍ଯ୍ୟ ସମ୍ପନ୍ନ ହେବା ପରେ ଶୀତଳ ଷଷ୍ଠୀ ପାଇଁ ଭକ୍ତଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଚଳିତ ବର୍ଷ କନ୍ୟା ପିତାମାତା ଭାବେ ସର୍ଗିଗୁଡ଼ା ଅଶୋକ ନଗର ନିବାସୀ ଶଙ୍କର ଲାଲ ଶର୍ମା ଏବଂ ତାଙ୍କର ଧର୍ମପତ୍ନୀ ଉମାଦେବି ଶର୍ମା ହୋଇଥିବା ବେଳେ ବର ପିତାମାତା ଭାବେ ହାଟପଦା ପଡ଼ାର କୁନୁ ଦାସ ଏବଂ ସପତ୍ନୀ ମମତା ଆଚାର୍ଯ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ଏହି ବିବାହ ଉତ୍ସବରେ ପ୍ରମୋଦ ସରାଫ, ପ୍ରକାଶ ସରାଫ, ଲିଙ୍ଗରାଜ ସାହୁ, ପ୍ରଭାକର ସରାଫ, ଶ୍ରୀପତି ସାହୁ, ଦେବେନ ବେହେରା, ଗୋବିନ୍ଦ ସାହୁ, ଧଳା କାହୁଁ ବୁଡେକ, ସୁଧୀର ଘଡେ଼ଇ, ଗୌରି ପଟ୍ଟନାୟକ, ସଞ୍ଜୀବ ତ୍ରିପାଠୀ, ସଂଜିତ ସିଂହ୍ନା, ସିବୁନ ବାଗ, ପରମାନନ୍ଦ ବେହେରା, ରିଲୁ ମିଶ୍ର, ରଞ୍ଜନ ସାହୁ, ସୁବୋଧ ସାହୁ, ରାଜା ବଗର୍ତ୍ତି ୟାଦଵ, ପର୍ଶୁରାମ ନାୟକ, ମନୋରଞ୍ଜନ ମହାରଣା, ନରେନ୍ଦ୍ର ସାହୁ, ନାରାୟଣ ସାହୁ, ସତ୍ୟଜିତ ଷଡଙ୍ଗୀ, ବାସନ୍ତୀ ବୁଡେକ, ବିନୋଦିନୀ ବେହେରା, ପୁଷ୍ପା ସାହୁ, କାମିନୀ ସାହୁ, ରଶ୍ମିତା ଷଡଙ୍ଗୀ, ସୁକାନ୍ତି ସାହୁ, ରସ ବେହେରା, କୁନ୍ତଳା ବେହେରା, ଯୁକ୍ତା ସାହୁ, ଶ୍ରାବଣୀ ବାଗ, ମୀନାକ୍ଷୀ ତରିଆ, ମୀନା ପାଢୀ ସମେତ ବହୁ ମାତ୍ରାରେ ଜନସାଧାରଣ ଉପସ୍ଥିତ ଥିଲେ।