
ନୂଆପଡା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ଦୁଇ ଠାରେ ୱାର୍ଲଡ଼ ଭିଜନ ଇଣ୍ଡିଆର ଖଡ଼ିଆଳ ଶାଖା ତରଫରୁ ଶିଶୁ ମାତୃ ମୃତ୍ୟୁ ରୋକିବା ଓ ଅପପୁଷ୍ଟି ଦୂର କରିବା ନେଇ ବ୍ଲକର ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆଇସିଡିଏସ ସୁପରଭାଇଜର ତୁଳସୀଲତା ରାଉତ, କଳ୍ପନା ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଓ ମାଆ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। ୱାର୍ଲଡ଼ ଭିଜନର କାର୍ଯ୍ୟକ୍ରମ ଅଧିକାରୀ ମାଆ ଓ ଶିଶୁ ସୁରକ୍ଷା ପାଇଁ ଅନୁଷ୍ଠାନ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସହ ଆସନ୍ତା ବର୍ଷ ଶେଷ ସୁଦ୍ଧା ଖଡ଼ିଆଳ ଅଞ୍ଚଳରୁ ଅପପୁଷ୍ଟିକୁ ସମ୍ପୂର୍ଣ୍ଣ ହ୍ରାସ କରାଯିବ ବୋଲି ସୂଚନା ଦେଇଥିଲେ।
ଏହି ବୈଠକରେ କେୟାର ଗ୍ରୁପ ସୁପରଭାଇଜର ସୁରେଶ ଚନ୍ଦ୍ର ଜାଲ, ଅହଲ୍ୟା ନନ୍ଦ, ଲୋକନାଥ ନିଆଲ, ଶୁଭାଚନ୍ଦ୍ର ମାଝୀଙ୍କ ସମେତ ସିଡିଏଫ ଡାଭିଡ ନିଆଲ,ଏମ. ଭାସ୍କର ରାଓ, ଇମାନୁଏଲ ହନୁମାନ, ଜ୍ୟୋତିପ୍ରଭା ତରାଇ, ଶକ୍ତିରଞ୍ଜନ ନନ୍ଦ, କିଶୋର ନାଏକ ପ୍ରମୁଖ ଖଡ଼ିଆଳ ଅଞ୍ଚଳର ପୁଷ୍ଟିହୀନତା ସ୍ଥିତି ଉପସ୍ଥାପନ କରି ଅନୁଷ୍ଠାନ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସହଯୋଗ ବିଷୟରେ କହିଥିଲେ।
ଖଡ଼ିଆଳ ବ୍ଲକର ୮୨ ଜଣ ଅଙ୍ଗନ ୱାଡି କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ।