
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଗାମୀ ରଥଯାତ୍ରାରେ ପୁରୀବାସୀଙ୍କୁ ସ୍ୱତନ୍ତ୍ର ଦର୍ଶନ ସହ ସମସ୍ତ ହୋଟେଲର ଖାଦ୍ୟ ମାନ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀ ପ୍ରଦାନ କରିଛି ପୁରୀ ଜ଼ିଲ୍ଲା ଯୁବ ଅଧିଵକ୍ତା ସଂଘ |
ବିଗତ ଦୁଇ ବର୍ଷ କୋଭିଡି କଟକଣାରେ ପୁରୀବାସୀ ଘରେ ଗୃହ ବନ୍ଦୀ ଭାବରେ ରହି ପୁରୀ ପ୍ରଶାସନ ନିୟମକୁ ସଂମ୍ମାନ ଜଣାଇ ରଥଯାତ୍ରାରେ ଯେଉଁ ଭଳି ଭାବରେ ସହଯୋଗ, ତ୍ୟାଗ କଲେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ |
ଖୁସୀର ବିଷୟ ଚଳିତ ବର୍ଷ ଭକ୍ତଙ୍କ ଗ୍ରହଣରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ଯାହାକି ଭକ୍ତ ଓ ଭଗବାନଙ୍କର ମହାମିଳନ କହିଲେ ଅତୁ୍କ୍ତି ହେବ ନାହିଁ |ତେଣୁ ପୁରୀବାସୀଙ୍କ ପାଇଁ ଆସନ୍ତା ଦେବସ୍ନାନ ପୁର୍ଣିମା,ସନ୍ଧ୍ୟାଦର୍ଶନ,ସୁନାବେଶରେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଗଲେ ପୁରୀବାସୀ ମହାପ୍ରଭୁଙ୍କ ସାନିଧ୍ୟ ପାଇ ପାରିବେ |
ଏଥିସହିତ ସଂଘ ମହାପ୍ରଭୁଙ୍କ ରଥଯାତ୍ରା ଠାରୁ ସୁନାବେଶ ପର୍ଯ୍ୟନ୍ତ ସହରରେ ଥିବା ସମସ୍ତ ଖାଦ୍ୟ ଦୋକାନ ତଥା ହୋଟେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ ସହ କେତେ ଦୋକନୀଙ୍କ ଖାଦ୍ୟ ସ୍ୱୀକୃତି ପ୍ରମାଣପତ୍ର (Food license ) ଅଛି ସେମାନଙ୍କର ଯାଞ୍ଚ କରାଗଲେ ସମସ୍ତ ଭକ୍ତ ଓ ପର୍ଯ୍ୟଟକ ଉପକୃତ ହେବେ |
ଦାବୀ ପ୍ରଦାନ ସମୟରେ ସଂଘର ଆବାହକ ଅନିଲ୍ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ,ସୁଭାଶିଷ ମହାନ୍ତି, ଦେବାଶିଷ ଦାଶ, ସ୍ନେହାଶିଷ ପ୍ରଧାନ ଓ ଦେବାଶିଷ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ |