କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
World Environment Day ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ର ଲାଇଟ ହାଉସ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି |
ଏ ବର୍ଷ ର ଥିମ “Only One Earth” କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ସେ ତାଙ୍କ ବାଲୁକା କଳା ରେ ମାଟି ମାତୃକାକୁ ବଞ୍ଚାଇବାର ବାର୍ତ୍ତା ଦେଇଛନ୍ତି | ମାଟି ରେ ରାସାୟନିକ ଦ୍ରବ୍ୟ, କେମିକାଲ ମିଶାଇବା ଦ୍ୱାରା ମାଟି ଦୂଷିତ ହେଇଯାଉଛି ଯାହା ଦ୍ୱାରା ମାଟିର ଉର୍ବରତା ନଷ୍ଟ ହୋଇଯାଉଛି |ମାଟି ର ସୁରକ୍ଷା କଲେ ଗଛ ଲତା ଏବଂ ପୃଥିବୀ ସରସ ଏବଂ ସୁନ୍ଦରତା ରେ ଭରପୁର ହୋଇଉଠିବ | ମାଟି ର ସୁରକ୍ଷା ରେ ଆମ ପରିବେଶ ସବୁଜିମା ରେ ପରିପୂର୍ଣ ହୋଇ ଏକ ସୁନ୍ଦର ଏବଂ ସୁସ୍ଥ ବାତାବରଣ ସୃଷ୍ଟି ହେବ | ଯାହା ଦ୍ୱାରା ଆମେ ସୁସ୍ଥ ରହିବା ସହିତ ପିଢ଼ି ପରେ ପିଢ଼ି ସୁସ୍ଥ ରହିପାରିବେ |
ସେ ତାଙ୍କ ବାଲୁକା କଳା ରେ ପ୍ରକୃତି ର ଦୁଇଟି ରୁପକୁ ଦର୍ଶାଇଛନ୍ତି | ଗୋଟେ ପଟେ ମାଟି ର ସୁରକ୍ଷା ଦ୍ୱାରା ପରିବେଶ ସରସ ସୁନ୍ଦର ଏବଂ ଅନ୍ୟପଟେ ମାଟିର ପ୍ରଦୂଷଣ ଦ୍ୱାରା ପରିବେଶ ଦୂଷିତ ର ଚିତ୍ରଣ କରି ସାରା ବିଶ୍ୱ କୁ “ମାଟି ର ସୁରକ୍ଷା ଏବଂ ସଚେତନତା ର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ଏହି ବାଲୁକା କଳାଟି 15ଫୂଟ ଓସାର ବିଶିଷ୍ଟ ଏବଂ ଏଥିରେ 12ଟନ ବାଲି ଉପଯୋଗ କରାଯାଇଛି | ଏଥିରେ ସେ “World Environment Day” ଏବଂ “Save Soil” ର ବାର୍ତ୍ତା ଦେଇଛନ୍ତି | ଏହି ବାଲୁକା କଳା କୁ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା |