
-
ଖୁବଶୀଘ୍ର ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବ ଡିପିଆର
ଗଞ୍ଜାମ, ଗୋପାଳପୁରରେ ହେବ ୱାଟର ପାର୍କ । ଏନେଇ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଛି । ଏହାକୁ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବ । ବ୍ରହ୍ମପୁର ଉନ୍ନୟନ ପରିଷଦ (ବିଡିଏ)ର ୪୪ତମ ସାଧାରଣ ବୈଠକରେ ୱାଟର ପାର୍କ ନିର୍ମାଣର ରୂପରେଖ ପ୍ରଦର୍ଶିତ କରାଯାଇଛି । ବିଡିଏ ସମ୍ମିଳନୀ କକ୍ଷରେ ବିଡ଼ିଏ ଉପାଧ୍ୟକ୍ଷ ତଥା ବିଏମସି କମିଶନର ଡଃ. ସିଦ୍ଧେଶ୍ୱର ବଳିରାମ ବୋଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ରାଜ୍ୟ ସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟ ପାର୍କ କରିବାକୁ ପ୍ରତି ଏନଏସି ୭୫ ଲକ୍ଷ ଟଙ୍କା ଦିଆଯାଇଛି । ଗୋପାଳପୁର ଏନଏସିକୁ ମିଳିଥିବା ୭୫ ଲକ୍ଷ ଟଙ୍କାରେ ସ୍ମାର୍ଟ ପାର୍କ କାମ ଚାଲିଛି । ଏହି ଟଙ୍କା ଖର୍ଚ୍ଚ ହେବା ପରେ ୱାଟର ପାର୍କ ପାଇଁ ଆବଶ୍ୟକ ଟଙ୍କା ବିଡିଏ ଖର୍ଚ୍ଚ କରିବ ବୋଲି ଏହି ବିଡିଏ ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତିଭାସନ ସୂଚନା ଦେଇଛନ୍ତି ।