ଭବାନୀପାଟଣା, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବ ସଂଗଠନ କଳାହାଣ୍ଡି ଓ ଜଗା ବଳିଆ ଯୁବ ସଂଘ ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ବ୍ଳକ ପରିଆ ଗାଁ ଠାରେ ଜିଲ୍ଲା ଯୁବ ସଂଯୋଯୋକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର ଯୋଗ ଦେଇଥିବା ବେଳେ ପ୍ରକୃତି ବନ୍ଧୁ ରାଜେଶ ମହାରଣା, ପ୍ରକୃତି ବନ୍ଧୁ ହେମସାଗର ସାହୁ, ଜଗା ବଳିଆ ଯୁବକ ସଂଘର ହୃଦାନନ୍ଦ ନାଗ, ଧବଳେଶ୍ଵର ଶବର ଯୋଗଦେଇ ପରିବେଶ ଦିବସର ମର୍ଯ୍ୟାଦା ଉପରେ ଆଲୋକପାତ କରିଥିଲେ। ପ୍ରତ୍ଯକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗେଇ ତାର ଯତ୍ନ ନେବା ସହ ଅନ୍ୟ ମାନଙ୍କୁ ଗଛ ଲଗେଇବାକୁ ପ୍ରବର୍ତ୍ତେଇବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ସଂଗଠନର ସଦସ୍ୟ ମାନଙ୍କ ସହଯୋଗରେ ପ୍ରଥମେ ଏକ ରାଲି କରି ଲୋକଙ୍କୁ ନାରା ମାଧ୍ୟମରେ ସଚେତନ କରାଯାଇଥିଲା। ପରେ ଗାଁର ଲଷ୍ମୀମଣ୍ଡପ ଠାରେ ଏକ ସଭା ଆୟୋଜନ କରି ଲୋକ ମାନଙ୍କୁ ଗଛ ଲଗେଇବାକୁ ସଚେତନ କରାଗଲା। ଏହା ପରେ ଅତିଥି ଓ ଉପସ୍ଥିତ ଲୋକଙ୍କ ସହଯୋଗରେ ନଦୀପଠା ଓ ଶିବ ମନ୍ଦିର ଠାରେ ପ୍ରାୟ ୧୫ଟି ବୃକ୍ଷରୋପଣ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ସ୍ବେଛାସେବୀ ଯଶୋବନ୍ତ ରଣା, ଅଭିଷେକ ବେହେରା, ରାଜେଶ ଗୌଡ଼, ଜଗା ବଳିଆ ଯୁବକ ସଂଘର ମେମ୍ବର କଦମ୍ବ ନାଏକ, ଦୁଲେଶ୍ଵର ସାହୁ, ପ୍ରହଲ୍ଲାଦ ଶବର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।