ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ହୋଟେଲ ବିନାୟକ ଠାରେ ଆଜି ଦୟାନିଧି ଶର୍ମାଙ୍କ ପ୍ରଚେଷ୍ଟାରେ ଆଇନ ବିଚାର ବିଭାଗ ସଂସ୍କାର ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବହୁ ପ୍ରତିଷ୍ଠିତ ବୁଦ୍ଧିଜୀବୀ ଏବଂ କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତି ମାନେ ଉପସ୍ଥିତ ରହି ସେମାଙ୍କର ବିଚାର ବ୍ୟକ୍ତ କରିଥିଲେ।
ଉକ୍ତ ଆଲୋଚନାଚକ୍ରରେ ବରିଷ୍ଠ ଆଇନଜୀବୀ ଦୟାନିଧି ଶର୍ମା, ପିତାମ୍ବର ଭୋଇ ରେଜିଷ୍ଟ୍ରାର କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଅର୍ଚନା ଅଗ୍ରୱାଲ ଅଧ୍ୟକ୍ଷା ଦ୍ରୋଣାଚାର୍ଜ ସ୍କୁଲ, ସୁବ୍ରତ ବହିଦାର ସଭାପତି ବାର ଆସୋସିଏସନ, ସୁମନ କୁମାର ରଥ ଅଧ୍ୟକ୍ଷ ସି. ଜେ. କଲେଜ, ସନ୍ତୋଷ ମୁଣ୍ଡ ଓକିଲ, ବିଭୁତି ଭୂଷଣ ପଣ୍ଡା ପୂର୍ବତନ ଅତିରିକ୍ତ ଏସ ପି., ସୁବାସ ନାଏକ ପୂର୍ବତନ ଏମ. ପି. କୁଞ୍ଜ ସାହୁ ବରିଷ୍ଠ ରିପୋର୍ଟର, ଗୌରୀଶଙ୍କର ମିଶ୍ର, ସମୀର ମହାପାତ୍ର, ସୁଧୀର ପଣ୍ଡା, ବିରଞ୍ଚି କରୁଆ, ପଶ୍ଚିମ ଓଡିଶା ବ୍ୟୁରୋ, କୁସୁମ ଟି ଭି. ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।