ମାଲକାନଗିରି, ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ମାଲକାନଗିରି ଶାଖା ତରଫରୁ ଏହାର ବିଚାରଧାରା ବିଭାଗ ଦ୍ବାରା ଇ – ପାଠଚକ୍ରର ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ମାସର ୪ ତାରିଖ ଦିନ ଆୟୋଜିତ ହେଉଥିବା ଉକ୍ତ ପାଠ ଚକ୍ରଟି ଦଶମ ସଂସ୍କରଣ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡାରୱିନ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଡୁମୁଲୁଗୁମ୍ମାର ଓଡିଆ ବିଭାଗ ଅଧ୍ୟାପକ ନିରଞ୍ଜନ ସ୍ଵାଇଁ ବକ୍ତବ୍ୟ ରଖି ଥିଲେ । ସାହିତ୍ୟରେ ଜୀବନର ରୂପୟନ ସଂପର୍କରେ ଆଲୋଚନା କରି ବକ୍ତା ଜୀବନ ସହ ସାହିତ୍ୟର ନିରନ୍ତର ଆଦାନ ପ୍ରଦାନ ବିଷୟରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଲୋକ ସଂସଦର ଜିଲ୍ଲା ଶାଖା ସମ୍ପାଦକ ଡ . ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ଵ କରିଥିଲେ । ଆଭାରାଣି ବିଶ୍ବାଳଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧନା ମଣ୍ଡଳ ପ୍ରାରମ୍ଭିକ ମନ୍ତ୍ରପାଠ କରିଥିଲେ । ସୁଭସ୍ମିତା ସୁବୁଦ୍ଧି ବିବେକବାଣୀ ପାଠ କରିଥିଲେ ଓ ଦିପ୍ତିରେଖା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସମାପ୍ତିରେ ଗୋକୁଳାନନ୍ଦ ପାତ୍ର ମନ୍ତ୍ର ପାଠ କରିଥିଲେ ।
ଆଇସି ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ସଦସ୍ୟ ରାଜ୍ୟର ବିଭିନ୍ନ ଅଂଚଳରୁ ଯୋଗଦାନ କରିଥିଲେ ।