-
୬ ଦିନ ବିତିଲା, ଚୋରି ମୂର୍ତିର ସନ୍ଧାନ ପାଉନି ପୋଲିସ
ଘସିପୁରା, କେନ୍ଦୁଝର ଜିଲ୍ଲା ଦେଓଗାଁ ସ୍ଥିତ ସର୍ବପୁରାତନ କୁଶଳେଶ୍ଵର ଶୈବ ପୀଠରୁ ଚୋରି ଘଟଣାର ୬ ଦିନ ପରେ ବି ଚୋରି ହୋଇଥିବା ପୁରାତନ ମୂର୍ତିକୁ ଉଦ୍ଧାର କିମ୍ବା ଚୋରଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଗତ ୩୧ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିଲା । ଶ୍ରୀ ଚନ୍ଦ୍ରଶେଖରଙ୍କ ଚାନ୍ଦି ରୂପାର ଚଳନ୍ତି ପ୍ରତିମା ଚୋରି ହୋଇଥିଲା । ଏହି ପୁରାତନ ମୂର୍ତିର ଓଜନ ୧୦ କେଜିରୁ ଉର୍ଦ୍ଧ୍ଵ ହେବ । ଯାହାର ଆନୁମାନିକ ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ହେବ । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଘସିପୁରା ଥାନାରେ ଏତଲା ହୋଇଥିଲା । ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଛି । ତେବେ ଅଦ୍ୟାବଧି ଚୋରୀ ମୂର୍ତିକୁ ଉଦ୍ଧାର କିମ୍ବା ଚୋର ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରିନି ।