
ଘସିପୁରା ,କାମ କରି ପାରିଶ୍ରମିକ ଟଙ୍କା ମାଗିବାରୁ ଯୁବକ କୁ ମରଣାନ୍ତକ ଆକ୍ରମଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଢ଼ିଙ୍କିଆ ଛକ ନିକଟରେ। ଅଭିଯୋଗ ଅନୁଯାୟୀ ଢ଼ିଙ୍କିଆ ଗ୍ରାମର ସୁରେଶ ସାହୁ ପ୍ରାୟ ୬ମାସ ପୂର୍ବରୁ ଦାଶରଥିଙ୍କ ଦୋକାନ ଘର ରଙ୍ଗ କାମ କରିଥିଲେ। ପରେ ସୁରେଶ ଦାଶରଥିଙ୍କୁ କାମ କରିଥିବା ପାରିଶ୍ରମିକ ଟଙ୍କା ମାଗିଥିଲେ କିନ୍ତୁ ଦାଶରଥି ତାଙ୍କୁ ବିଭିନ୍ନ ଆଳ ଦେଖାଇ ଅନେକ ଦିନ ଧରି ଠକି ଆସୁଥିଲେ। ଏହା ପରେ ଗତକାଲି ସୁରେଶଙ୍କର ମା ଦାଶରଥିଙ୍କୁ ନିଜ ପୁଅ କାମ କରିଥିବାର ଟଙ୍କା ମାଗିବାରୁ ଦାଶରଥି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରିବାକୁ ଜୋତା ଉଠାଇଥିଲେ। ପରେ ତାଙ୍କ ମାଆ ଆସି ଘରେ ଜଣେଇବାରୁ ସୁରେଶ ସଂଙ୍ଗେ ସଂଗେ ତାଙ୍କ ଦୋକାନକୁ ଯାଇ ବାକିଥିବା ଟଙ୍କା ମାଗିବାରୁ ଏଥିରେ ଦାଶରଥି ଓ ତାଙ୍କ ଭାଇ ଉତ୍ୟକ୍ତ ହୋଇସୁରେଶଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସୁରେଶଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ଟମକା ଥାନରେ ସୁରେଶ ଅଭିଯୋଗ କରିଥିବା ଜଣାପଡିଛି ।