କେନ୍ଦ୍ରାପଡ଼ା – କେନ୍ଦ୍ରାପଡାର କଳପଡା ଘାଟରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଅନୁÂିତ ହୋଇଯାଇଛି । ଲକ୍ଷାଧିକ ଲୋକ ଡଙ୍ଗା ଉପରକୁ ଚଢିଯିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ପ୍ରବଳ ସୁଅରେ ଭାସିଯାଇଥିଲା । ବୟସ୍କ ନାଉରିଆ ଜଣକ ଡଙ୍ଗା ଅଟକାଇ ନପାରି କାତ ଛାଡିଦେବାରୁ ବୋଇତ ସାଜିଥିବା ଡଙ୍ଗାଟି ନିୟନ୍ତ୍ରଣ ହରାଇ ସୁଅରେ ଭାସିଯାଇ ଆରପଟ ଅତଡାରେ ଲାଗିଥିଲା । ଏଭଳି ଅବସ୍ଥାରେ ନିଶ୍ଚିତ ଡଙ୍ଗାବୁଡି ଘଟିବାର ଆଶଙ୍କା ଥିବାବଳେ ସାଂସଦ ଅନୁଭବ ମହାନ୍ତି ନିଜେ କାତ ଧରି ଡଙ୍ଗାକୁ ଅଟକାଇଥିବା ଦେଖିବାକୁ ମିଳିଥିଲା । ଏହି ଡଙ୍ଗାରେ ସାଂସଦ ମହାନ୍ତିଙ୍କ ସମେତ ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଅତିଥି ସାଜିଥିବାବେଳେ ଛୋଟ ଡଙ୍ଗାଟି ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଅଳ୍ପକେ ବର୍ତିଯାଇଥିବାରୁ ଆଶ୍ୱସ୍ତି ପ୍ରକାଶ ପାଇଛି । ତେବେ ଏହା ଆୟୋଜକ ମାନଙ୍କ ଅପରିଣାମ ଦର୍ଶୀ କାର୍ଯ୍ୟକଳାପ ବୋଲି ସାଧାରଣରେ ଆଲୋଚନା ହେଉଛି । ଅନାବଶ୍ୟକ ଭାବେ ଅତିଥିଙ୍କ ବ୍ୟତୀତ ବାହାର ଲୋକମାନେ ସେଲ୍ଫି ନେବାପାଇଁ ଡଙ୍ଗା ଉପରେ ଚଢିଯିବାରୁ ବୁଡିବା ଆଶଙ୍କା ଦେଖାଦେଇଥିଲା ।
ପୁରାତନ ଉକ୍ରଳୀୟ ନୈାବାଣିଜ୍ୟ କୀର୍ତିକୁ ମନେ ପକାଇବାକୁ ଯାଇ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଓଡିଆ ଘରର ଝିଅବୋହୂମାନେ ଆଜି ପତ୍ୟୁଷରୁ ଜିଲ୍ଲାର ବିଭିନ୍ନ ନଦୀ, ନାଳ, ପୁଷ୍କରିଣୀରେ ଆ-କା-ମା-ଭ-ଇ କହି ଡଙ୍ଗାକୁ ଆନନ୍ଦ ଉଲ୍ଲାସରେ ଭସାଇଛନ୍ତି । କଳପଡା ଲୁଣାନଦୀଘାଟରେ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଅନୁÂିତ ହୋଇଯାଇଛି ।
ପ୍ରତିବର୍ଷ ପରି ଚଳିତବର୍ଷ କଳପଡା କାର୍ତିକେଶ୍ୱର ପୂଜା ସମିତି ଆନୁକୁଲ୍ୟରେ କଳପଡା ଲୁଣାନଦୀଘାଟରେ ହଜାର ହଜାର ଲୋକଙ୍କ ମେଳରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା, କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷ ଅନାମବଂଧୁ ଧଳ, ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋସ୍ନାରାଣୀ ଜେନା, ପୂର୍ବତନ ଜିଲ୍ଲା ଓକିଲସଂଘ ସଭାପତି ଦେବଦାସ ମହାନ୍ତି, ଉମାକାନ୍ତ ସାମନ୍ତରାୟ, ଭଜକୃଷ୍ଣ ରାଉତ ପ୍ରମୁଖ ସାବତ ପୁଅ ଭାବେ ଯୋଗ ଦେଇ ବୋଇତକୁ ନଦୀ ଗର୍ଭରେ ଭସାଇ ନେଇଥିଲେ । ସାତ ସାବତାଣୀ ସାବତ ପୁଅମାନଙ୍କୁ ବୋଇତରେ ବନ୍ଦାପନା କରି ବୋଇତକୁ ମେଲାଣୀ ଦେଇଥିଲେ । ଏହି ସମୟରେ ହଜାର ହଜାର ଆବାଳ ବୃଦ୍ଧ ବନିତା ହରିବୋଲ ହୁଳାହୁଳି ଦେଇ ବୋଇତକୁ ମେଲାଣି ଦେବାର ଦୃଶ୍ୟ ହୃଦୟସ୍ପର୍ଶୀ ହୋଇଥିଲା । ତେବେ ବୋଇତଟି ନଦୀ ସ୍ରୋତରେ ଅଧିକ ଦୂରକୁ ଭାସିଯାଇଥିବାବେଳେ ନାଉରିଆ ତାକୁ ନିୟନ୍ତ୍ରଣ କରିପାରିନଥିଲେ । ଶେଷରେ ସାଂସଦ ଶ୍ରୀ ମହାନ୍ତି କାତଧରି ବୋଇତ ରୂପୀ ଡଙ୍ଗାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ । ସ୍ରୋତ ବିପକ୍ଷରେ ବୋଇତଟି କୁଳକୁ ଫେରିପାରିନଥିଲାବେଳେ ଆରପାରିରେ ବୋଇତଟି ଲାଗିଥିଲା । ଏହିଠାରୁ ଅତିଥିମାନେ ଓହ୍ଲାଇ ଯାଇଥିଲେ । ଆୟୋଜକଙ୍କ ସାମାନ୍ୟ ତ୍ରୁଟି ଯୋଗୁ ଏପରି ଏକ ଅଘଟଣରୁ ଅତିଥିମାନେ ରକ୍ଷା ପାଇ ଯାଇଥିଲେ ।
ଆଜିଠାରୁ ୭ ଦିନ ଧରି କଳପଡା ଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁÂିତ ହେବ । ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । କଟକ ବାଲିଯାତ୍ରା ପରି ଏହିଠାରେ ବିଭିନ୍ନ କିସମର ଘରକରଣା ଜିନିଷ ସହିତ ଖାଦ୍ୟ ସାମଗ୍ରୀର ପସରା ଖୋଲିଛି । ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ କାର୍ତିକେଶ୍ୱରଙ୍କ ମୃଣ୍ମୟୀ ପୂଜା ଏଠାରେ ଅନୁÂିତ ହେଉଛି । ଏ ସମସ୍ତ କାର୍ଯ୍ୟକ୍ରମକୁ ସମିତି ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର ନାଥ ଜେନା, ସଭାପତି ସୁନିଲ୍ କୁମାର ଜେନା, ସଂପାଦକ ପ୍ରଭାତ ରଂଜନ ସ୍ୱାଇଁ, ଅକ୍ଷୟ ପାଣି, ଗଲେଖ ଚନ୍ଦ୍ର ସ୍ୱାଇଁ, ଧବଳେଶ୍ୱର ବରାଳ, ସୁଧୀର ସ୍ୱାଇଁ, କଳ୍ପତରୁ ନାୟକ, ଲୁଟୁ ଜେନା ପ୍ରମୁଖ ପରିଚାଳନା କରିଥିଲେ ।