
ଭୁବନେଶ୍ୱର,୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳିରେ ମନ୍ତ୍ରୀ ହୋଇଥିବା ଦଶ ଜଣ ମନ୍ତ୍ରୀ ଆଜିର ମନ୍ତ୍ରିମଣ୍ଡଳରୁ ବାଦ ପଡିଛନ୍ତି । ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବା ମନ୍ତ୍ରୀ ମାନେ ହେଲେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ରହିଥିବା ଅରୁଣ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ । ସେହିପରି
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡି, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବାଦ୍ ପଡ଼ିଛନ୍ତି । ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ମଧ୍ୟ ବେହେରା ବାଦ୍ ପଡ଼ିଛନ୍ତି ।