ବଲାଙ୍ଗିର, ଶ୍ରୀ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଉପଲକ୍ଷେ ଉତ୍ସବ ମୁଖର ହୋଇଉଠିଛି ବଲାଙ୍ଗୀର। ଗତକାଲି ଜୈଷ୍ଠ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାତା ପାର୍ବତୀଙ୍କ ସହିତ ବାବା ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି। ସଂଧ୍ୟା ୭ ଟା ମଧ୍ୟରେ ବରାନୁଗମନ ଓ ରାତ୍ରି ୧୨ଟା ୪୬ ମିନିଟ୍ ରେ ମାତା ପାର୍ବତୀ ଏବଂ ଚନ୍ଦ୍ର ଶେଖର ବାବାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରପକ୍ଷ ଭାବରେ କଂସାରୀ ପଡା ପୂଜା କମିଟିର ସୁବାସ ଚନ୍ଦ୍ର ସାହୁ ତଥା ସବିତା ସାହୁ ରହିଥିବା ବେଳେ କନିଆଁ ପକ୍ଷ ରାଧାରାଣୀ ପଡା ଅମିତ୍ ଗର୍ଗ ତଥା ରିତୁ ଗର୍ଗ ରହିଥିଲେ। ଏହି ବିବାହ ଉତ୍ସବର ବଶମ୍ବଦ ଭାବରେ ସ୍ଵର୍ଗତ ବିରବଲ ପ୍ରସାଦ ଅଗ୍ରୱାଲ୍ ଓ ପଦ୍ମାଦେବୀ ଅଗ୍ରୱାଲ୍ ରହିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ବରାନୁଗମନ ସମୟରେ। ଆସନ୍ତା ୬ ତାରିଖ ପ୍ରାତଃ ୫ଟା ୧୫ ମିନିଟ୍ ରେ ଶୀତଳ ଷଷ୍ଠୀ ଯାତ୍ରା ସହ ମାତା ପାର୍ବତୀ ଓ ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବାଙ୍କ ବିଦାୟ ସମାରୋହ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।
ଏହି ସମସ୍ତ କାର୍ଯ୍ୟକ୍ରମ ପ୍ରକାଶ ଚନ୍ଦ୍ର କେଜରିୱାଲଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବାବାଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ଭିଡରେ ଦେବ ଦେବ ମହାଦେବ ଚନ୍ଦ୍ରଶେଖର ବାବାଙ୍କ ଯାତ୍ରା ଉତ୍ସବକୁ ଲୋକେ ଉପଭୋଗ କରୁଥିଲେ।