ଭୁବନ – ଟ୍ରଷ୍ଟ ଅଫ ରୁରାଲ ଆଣ୍ଡ ଅର୍ବାନ ପିପୁଲ ତୈଳିକ ୟୁଥ (ତୃପ୍ତି) ତରଫରୁ ବିଜୁ ମଣ୍ଡପ ଠାରେ ବୋଇତ ବନ୍ଦାଣ ଉସôବ-୨୦୧୯ ପାଳନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାଲାଭ କରିଥିବା ୨୪ ଜଣ ବ୍ୟକ୍ତିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତୃପ୍ତିର ସଭାପତି ଜଗବନ୍ଧୁ ପୃଷ୍ଟି ଙ୍କ ଅଧ୍ୟକ୍ଷତା ଓ ଆବାହକ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଅନୁÂିତ କାର୍ଯ୍ୟକ୍ରମରେ ଆଇଆଇସି ନିର୍ମଳା ଗୋଚ୍ଛାୟତ ଉଦଘାଟକ ଭାବେ ଯୋଗଦେଇଥିବା ବେଳେ , ଓଡିଶା ଚାର୍ଟାଡ ଆକାଉଟାଂଟ ଆସୋସିଏସନର ସଂପାଦକ ରାଜ ନାରାୟୟଣ ତ୍ରିପାଠୀ ମୁଖ୍ୟ ଅତିଥି ,ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ବକ୍ତା ଓ ବିମଳ କୁମାର ଥମ୍ବ,ଡା. ଦୟାନିଧି ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ତୃପ୍ତି ମାଗାଜିନ ଉନ୍ମୋଚନ କରାଯାଇଥିଲା । ତକ୍ଷଶୀଳା ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରରେ ଅନୁÂାନ ପକ୍ଷରୁ ଜାତୀୟ ଶିଲ୍ଫୀ ଗୁରୁ ପୁରସ୍କାର ପ୍ରାପ୍ତ ନଡାଶିଳ୍ପୀ ପ୍ରଦୀପ୍ତ କୁମାର ନାୟକ , ଲଦାଖ ପର୍ବତାରୋହୀ ବିଭାରାଣୀ ପାତ୍ର , ପରିବା ଚାଷୀ ନାରାୟଣ ଦାସ, ସମାଜସେବୀ ବିନୟ କୁମାର ପଟ୍ଟନାୟକ, ଯୁବଉଦ୍ୟୋଗୀ ଶୁଭସାଇ ମିଶ୍ର, ଭୁବନ ଡାକ୍ତରଖାନାର ମୁଖ୍ୟ ଡାକ୍ତର ଡା. ଋମେଶ ଚନ୍ଦ୍ର ସାହୁ, ଗୋସେବକ ପ୍ରଦୀପ କୁମାର ଦାସ, ରିଙ୍କୁନ କୁମାର ସାହୁ, ଯୁବ ଉଦ୍ୟୋଗୀ ସତ୍ୟବ୍ରତ ସାହୁ, ଯୁବ ପ୍ରତିଭା ଅନ୍ତର୍ଯ୍ୟାମୀ ବାରିକ, କୁଟୀର ଶିଲ୍ପୀ ଅନୁସୟା ସାହୁ, ତାଳଚେରର ଯୁବ ପ୍ରତିଭା ବାପି ମହାନ୍ତି , ନୃତ୍ୟ ନିଦେ୍ର୍ଧଶକ ଦୀପ୍ତିରଂଜନ ପାଲ , ସମାଜ ସଂଗଠକ ଗୋବିନ୍ଦ ଚନ୍ଦ୍ର ସାହୁ , ପଲ୍ଲୀ ସଚେତକ ଗୋଲେଖ ମଲ୍ଲିକ, ବିଜୁ ଯୁବ ବାହିନୀ ର ମୁଖ୍ୟ ସଂଯୋଜକ ମୁରଲୀ ମୋହନ ମହାନ୍ତ, ଦିବ୍ୟାଙ୍ଗ କାଠ ଖୋଦେଇ ଶିଲ୍ଫୀ ଉତମ ମଲ୍ଲିକ, ସଂକୀର୍ତନ ଗୁରୁ କୋଦଣ୍ଡଧର ପାତ୍ର, ନଡାଶିଳ୍ପୀ କୁନି ପାତ୍ର , କ୍ରୀଡାବିତ ଲଷ୍ମୀ ପୋଥାଳ , କବୟିତ୍ରୀ ରମା ବେହେରା, କୃତୀ ଶିକ୍ଷକ ରାମଚନ୍ଦ୍ର ସାହୁ , କ୍ରୀଡାବିତ ସଂଜୀବ କୁମାର ନାୟକ , ଉକôଳ ବିଶ୍ୱବିଦ୍ୟାଳୟର ଇତିହାସ ଟପର ସ୍ୱପ୍ମାରାଣୀ ନାୟକ, ସ୍ୱାବଲମ୍ବି ଟୁପୁସି ବିଶ୍ୱକର୍ମା ପ୍ରମୁଖଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାଲାଭ କରିଥିବା ସକାଶେ ପୁଷ୍ପଗୁଚ୍ଛ,ଉପଢୌକନ,ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଧାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭୁବନର ତକ୍ଷଶୀଳା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ,ଫାଷ୍ଟଷ୍ଟେପ,ଆଶୀର୍ବାଦ କୋଚିଙ୍ଗ ସେଂଟର ଓ ଅନଳ ର ମାତୃକୃପା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଚକ୍ରଧର ସାହୁ, ସଂଗ୍ରାମ ବିହାରୀ, କ୍ଷୀରୋଦ ସାହୁ, ସରୋଜ କୁମାର ନାୟକ ସହଯୋଗ କରିଥିଲେ ।
Related Stories
November 24, 2024
November 24, 2024