-
୦୪ ଜୁନ୍ ରୁ ୧୯ ଜୁନ୍ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ୱର,ରିଲାଏନ୍ସ ରିଟେଲ୍ର ଅଂଶ ତଥା ଭାରତର ସର୍ବବୃହତ୍ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ୍, ଓଡ଼ିଶାରେ ରଜ ମହୋତ୍ସବ ପାଳନ ନିମନ୍ତେ ଅନନ୍ୟ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଆରମ୍ଭ ହୋଇଥିବା ଘୋଷଣା କରିଛି । ଓଲିଉଡ ତାରକା ଦମ୍ପତି ସମ୍ବିତ ଆଚାର୍ଯ୍ୟ ଏବଂ ଶିବାନି ସଙ୍ଗୀତା ଏହି ପ୍ରତିଯୋଗିତା ସହିତ ସେଲିବ୍ରିଟି ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଯୋଡି ହୋଇଛନ୍ତି ।
ଟ୍ରେଣ୍ଡ୍ସ୍ ପକ୍ଷରୁ ୧୬ ଦିନ ବ୍ୟାପୀ ରଜ ରାଜକୁମାରୀ ପ୍ରତିଯୋଗିତାକୁ ଅତି ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଛି ଯାହା ଜୁନ୍ ୪ରୁ ଆରମ୍ଭ ହୋଇ ଜୁନ୍ ୧୯ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଖୋଲା ପଡିଆରେ, ଆବାସିକ ସୋସାଇଟିଗୁଡିକରେ, ଗଣମାଧ୍ୟମରେ ବହୁବିଧ କାର୍ଯ୍ୟକ୍ରମ ସହିତ ମଲ୍ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏବଂ ଏହାର ଫିନାଲେ ଜୁନ୍ ୨୬ରେ ଅନୁଷ୍ଠିତ ହେବ । ଟ୍ରେଣ୍ଡ୍ସ୍ ର ଏହି ରଜ ରାଜକୁମାରୀ ପ୍ରତିଯୋଗିତା ମଧ୍ୟରେ ରହିଛି ଦୁଇଟି ପୃଥକ ପ୍ରତିଯୋଗିତା, ଯଥା- ରଜ ସମ୍ପର୍କିତ ଲୋକଗୀତ ପ୍ରତିଯୋଗିତା ଏବଂ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ସହିତ ରଜ ସେଲ୍ଫି ପ୍ରତିଯୋଗିତା ।
ଏହି ପ୍ରତିଯୋଗିତାର ସାମିଲ୍ ହୋବା ପାଇଁ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ସହିତ ନିଆଯାଇଥିବା ସେଲ୍ଫି ପଠାଇବାକୁ ହେବ ଅଥବା ରଜ ସମ୍ପର୍କିତ ଗୀତ ଗାଇ ତାହାର ଏକ ମିନିଟର ଭିଡିଓ କ୍ଲିପ୍ କରି ତାହାକୁ ଏକ ହ୍ୱାଟ୍ସ୍ ଆପ୍ ନମ୍ବର (୮୯୦୮୦୨୦୧୦୪)ରେ ସେୟାର କରିବାକୁ ହେବ କିମ୍ବା ତାହା ୱେବସାଇଟ ରେ ଅପ୍ଲୋଡ କରିବାକୁ ପଡିବ ।
ଏହି ପ୍ରତିଯୋଗିତାରେ ଭାଗନେଉଥିବା ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ୫୦୦ ଟଙ୍କା ମୂଲ୍ୟର ଦୁଇଟି ରଜ ସ୍ପେଶାଲ ରିହାତି କୁପନ୍ ମିଳିବ । ବିଶିଷ୍ଟ ବିଚାରକମଣ୍ଡଳୀ ପ୍ରତ୍ୟେକ ବିଭାଗରୁ ୩ଜଣ କରି ମୋଟ ଛଅଜଣ ବିଜେତାଙ୍କୁ ମନୋନୀତ କରିବେ । ପ୍ରତି ବିଭାଗର ଶ୍ରେଷ୍ଠ ତିନିଜଣ ବିଜେତାଙ୍କୁ ଯଥାକ୍ରମେ ୩୧,୦୦୦ ଟଙ୍କା, ୨୧,୦୦୦ ଟଙ୍କା ଓ ୧୧,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।