ଭୁବନେଶ୍ୱର, ଆସନ୍ତା ଜୁନ ୧୦ ତାରିଖରେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କାର୍ଯ୍ୟଭାର ଗ୍ରହଣ କରିବେ । ୧୦ ତାରିଖ ଦିନ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ୧୦.୩୦ ମି.ରେ ସିଧା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଆସି ଦିନ୧୧.୩୦ ମି. ସୁଦ୍ଧା କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ତରଫରୁ ପ୍ରକାଶ । ଶ୍ରୀ ପଟ୍ଟନାୟକ ଏହାପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ତଥା କଂଗ୍ରେସ କର୍ମୀମାନଙ୍କୁ ସମ୍ବୋଧିତ କରିବେ ।
Related Stories
November 22, 2024