ନୂଆପଡ଼ା, ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶିଶୁ ଶ୍ରମିକ ନିରାକରଣ ନେଇ ସଚେତନତା ରଥକୁ ଆଜି ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମିକ ନିୟୋଜନ ଏକ ଅପରାଧ ଅଟେ। ତେଣୁ ଏହି ମାନସିକତା ଦୂରକରି ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ ଅଟେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ମଧୁଛନ୍ଦା ସାହୁ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସଚେତନ ନଗରିକ ମାନେ ଯୋଗ ଦେଇଥିଲେ।