ଗଞ୍ଜାମ, ସରକାରଙ୍କ ଗୃହ ବିଭାଗ ପତ୍ର ସଂଖ୍ୟା ୧୮୪୪୧ ତା ୦୩.୦୬.୨୨ ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳିର ଶେରଗଡ଼ ବ୍ଲକ ଅଧିନସ୍ଥ ଓ ହିଞ୍ଜିଳି ପୋଲିସ ଥାନା ଅନ୍ତର୍ଗତ ପିତଳ ଛକରେ ଏକ ପୋଲିସ ଆଉଟ ପୋଷ୍ଟ ଖୋଲାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପିତଳ ଛକ ଆସିକା ଓ ବ୍ରହ୍ମପୁର ରାସ୍ତା ମଧ୍ୟରେ ଏକ ଜନଗହଳି ତଥା ଗୁରୁତ୍ଵପୂର୍ଣ୍ଣ ଛକ ଅଟେ । ଦୈନିକ ଏହି ଛକରେ ବହୁ ଜନସମାଗମ ହୋଇଥାଏ । ଏବଂ ଶେରଗଡ଼ ବ୍ଲକର ଏହା ପ୍ରମୁଖ ଛକ । ଏହି ପୋଲିସ ଆଉଟ ପୋଷ୍ଟରେ ଜଣେ ସବଇନ୍ସପେକ୍ଟର ର୍ୟାଙ୍କ୍ ର ପୋଲିସ ଅଧିକାରୀଙ୍କ ସହ ଜଣେ ହାବିଲଦାର ଓ ୬ ଜଣ କନଷ୍ଟେବଳ କାର୍ଯ୍ୟ କରିବେ । ଏଠାରେ ଏକ ଆଉଟ ପୋଷ୍ଟ ଖୋଲାଯିବା ପାଇଁ ଅଂଚଳବାସୀଙ୍କ ବହୁ ଦିନର ଦାବି ରହିଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ଏହି ଦାବି ପୂରଣ କରିଛନ୍ତି । ଯାହାଦ୍ଵାରା ଆଗାମୀ ଦିନରେ ଏହି ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବ ଏବଂ ସାଧାରଣ ଜନତା ଉପକୃତ ହେବେ ବୋଲି ଆଶା କରାଯାଉଛି ।
Related Stories
November 22, 2024